ସମଲେଇ ମନ୍ଦିର ପ୍ରାଙ୍ଗଣରେ ଆସ୍କା ଘୁମୁସର ଜିଲ୍ଲାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବିର |

 


ଶଙ୍କର ପାଣିଗ୍ରାହୀ ହିଞ୍ଜିଳିକାଟୁ ମୋ ନିଯୁଜୁ ଓଡିଶା ୦୧/୦୩/୨୦୨୬:- ଆଜି ହିଞ୍ଜିଳି କାଟୁ ନିକଟସ୍ଥ ମା ସମଲେଇ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ଆସ୍କା ଘୁମୁସର ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ ପ୍ରଶିକ୍ଷଣ ବର୍ଗରେ ମୁଖ୍ୟ ପ୍ରଶିକ୍ଷକ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ,ରାଜ୍ୟ ସମ୍ପାଦକ ପୃଥିବି ଭାଇ,ସଭା ସଞ୍ଚାଳକ ଯଜ୍ଞ ଭାଇ,ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣ ପଣ୍ଡା,ଜିଲ୍ଲା ସଭାପତି ବିଜୟ ସ୍ୱାଇଁ,ଜିଲ୍ଲା ପ୍ରଭାରୀ ପ୍ରକାଶ ମଙ୍ଗରାଜ,ଆସ୍କା ବିଧାୟକ ସରୋଜ ପାଢ଼ୀ,ଖଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠି,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ,ସାନଖେମୁଣ୍ଡି ବିଧାୟକ ପାର୍ଥି ଉତ୍ତମ ପାଣିଗ୍ରାହୀ,ହିଞ୍ଜିଳି ବିଧାୟକ ପାର୍ଥି ଶିଶିର ପାଢ଼ୀ ସମେତ ଅନେକ ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି,ମଣ୍ଡଳ ପ୍ରତିନିଧି, ପ୍ରତ୍ୟକ ମଣ୍ଡଳର ତିନିଜଣିଆ ଟୋଲୀ ସମେତ ସମସ୍ତ ମଣ୍ଡଳରୁ ପାଖାପାଖି ୫୦୦ରୁ ଉର୍ଧ କାର୍ଯ୍ୟକର୍ତା ପ୍ରଶିକ୍ଷଣ ବର୍ଗରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଶ୍ରୀ ସାରଦା ଭାଇ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସ୍ବର୍ଗତ ଦିନଦୟାଲ ଉପାଧ୍ୟାୟଙ୍କ ସେବା ବଳିଦାନ ବିଷୟରେ କହିବା ସହ ସଂଘ ସତ୍ତାବିଧିର ପାଞ୍ଚ ପରିବର୍ତନ ବିଷୟରେ ବିସ୍ତୃତ ବିବରଣୀ ଜଣାଇଥିଲେ |ଉକ୍ତ ବର୍ଗର ମୁଖ୍ୟ ଉଦ୍ୟେଶ ସମସ୍ତେଙ୍କୁ ଜଣେ ଜଣେ ଶୃଙ୍ଖଳିତ କାର୍ଯ୍ୟ କର୍ତା ଭାବେ ଗଢି ତୋଳିବା ଏକ ମାତ୍ର ଉଦେଶ୍ୟ |ଏହି ବର୍ଗରେ ପ୍ରଶିକ୍ଷିତ କର୍ମୀ ମାନେ ନିଜ ନିଜ ମଣ୍ଡଳ ସ୍ତରରେ ୨୪ ଘଣ୍ଟିଆ ପ୍ରଶିକ୍ଷଣ ବର୍ଯ କରିବା ପାଇଁ ପ୍ରତ୍ୟକ ମଣ୍ଡଳ ସଭାପତି ମାନଙ୍କୁ ନିର୍ଦେଶ ଥିବା ସୂଚନା ମିଳିଛି | ଏହି ପ୍ରଶିକ୍ଷଣ ବର୍ଗ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୪ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦେଇଥିଲେ | ଆଗାମୀ ଦିନ ମାନଙ୍କରେ ଦଳର ସାଙ୍ଗଠନୀକ ସ୍ଥିତି ମଜବୁତ କରି ପଞ୍ଚାୟତ ନିର୍ବାଚନରେ ସମସ୍ତ ପଞ୍ଚାୟତ ହାତେଇବା ଏକ ମାତ୍ର ଲକ୍ଷ ଥିବା ସୂଚନା ମିଳିଛି | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

             ମୋ ନିଯୁଜୁ ଓଡିଶା

Post a Comment

Previous Post Next Post