ଉଦଘାଟନ ହେଲା ହିନ୍ଦୁସ୍ତାନ ପେଟ୍ରୋଲିୟମର ଫିଲିଙ୍ଗ ଷ୍ଟେସନ


କୋଦଳା:  କୋଦଳା ଠାରେ  ହିନ୍ଦୁସ୍ତାନ ପେଟ୍ରୋଲିୟମ ର ନୂତନ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ଉଦଘାଟିତ ହୋଇଯାଇଛି। ରବିବାର ସକାଳ ୧୦ ଟାରେ କମ୍ପାନୀ ଅଧିକାରୀ ଙ୍କ ସମେତ ଗିରିଜା ସାବତ ଓ ଶିବ ପ୍ରସାଦ ସାବତ ପ୍ରମୁଖଙ୍କ ଉପସ୍ଥିତରେ ପମ୍ପକୁ ଶୁଭ ଉଦଘାଟନ କରାଯାଇଥିଲା।କୋଦଳା ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ କିଭଳି ଆହୁରି ଅଧିକ ସୁବିଧା ପାଇବା ସହ HP ପେ ବ୍ୟବହାର କଲେ କିଛି ରିହାତି ଦରରେ ଅର୍ଥାତ ଅଫର ମିଳିବ ବୋଲି ଏହାର ମାଲିକ ଜଣାଇଛନ୍ତି। ବର୍ତ୍ତମାନ ସମୟରେ ଘରେ ଘରେ ବାଇକ ଏବେ ସାଧାରଣ ଯାନ ହୋଇଥିବାବେଳେ ଗାଡ଼ିରେ ତେଲ ପକାଇବା ମୁଖ୍ୟ ସମସ୍ୟା ଓ ଗହଳି ଯୋଗୁଁ ଏହି ନୂତନ ପେଟ୍ରୋଲ ପମ୍ପ ଖୋଲିବା ଦ୍ୱାରା ଜନସାଧାରଣମାନଙ୍କୁ ସୁବିଧାଜନକ ହେବ। ଏଥିସହ ଜନସାଧାରଣଙ୍କୁ ଉର୍ଣ୍ଣତ ମାନର ଡିଜେଲ ଓ ପେଟ୍ରୋଲ ଯୋଗାଇ ଦିଆଯିବା ସହ ପ୍ରଥମ ଦିନରେ ଗ୍ରାହକ ମାନଙ୍କ ପାଇଁ ଆକର୍ଷଣୀୟ ଉପହାର ମାନ ରଖାଯାଇଥିଲା।ପମ୍ପ ଖୋଲା ହେବା ପରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା। ପ୍ରଥମ ଦିନରେ ସମସ୍ତ ଗ୍ରାହକମାନଙ୍କ ପାଇଁ ଖାଇବା ପାଇଁ ନିକଟରେ ଆୟୋଜନ କରାଯାଇଥିଲା।

Post a Comment

Previous Post Next Post