ଧରାକୋଟ ବ୍ଲକରେ ସାମୁହିକ ଧାନ ମଣ୍ଡି ଉଦ୍ଘାଟନ ଦ୍ବନ୍ଦରେ ଚାଷୀ


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ :- ଆଜି ଧରାକୋଟ ବ୍ଲକ ସ୍ତିତ ଯାନିବିଲି ଆର.ମ.ସି ଗୋଦାମ ଗୃହ ଠାରେ ସାମୁହିକ ଧାନ ମଣ୍ଡି ଉଦ୍ଘାଟନ ହୋଇ ଯାଇଛି | ଆର.ମ.ସି ଗୋଦାମ ଗୃହ ପରିସର ମଧ୍ୟରେ ଧରାକୋଟ ବ୍ଲକର ୫ଟି ପଂଚାୟତର ଧାନ ମଣ୍ଡି ପର୍ଜ୍ୟାୟ କ୍ରମେ ଗୋଟିଏ ସ୍ଥାନରେ ଉଦ୍ଘାଟନ କରାଯାଇଥିବା ଯାଇଥିବା ଦେଖିବାକୁ ମିଳିଛି |୧-ଧରାକୋଟ ସୋସାଇଟିର  ସଭାପତି  ଆଇନୀଜୀବୀ ଶ୍ରୀ ସୁରେଶ ସାହୁ,ସେକ୍ରେଟାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠି ୨-ମୁଣ୍ଡମରେଈ ସୋସାଇଟିର ସଭାପତି ଶ୍ରୀ ରାଜେନ୍ଦ୍ର ଗୌଡ଼,ସେକ୍ରେଟାରୀ ଶ୍ରୀ ରାଜେନ୍ଦ୍ର ସାହୁ ୩- ଜଗମୋହନ ସୋସାଇଟିର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ, ସେକ୍ରେଟାରୀ ଶ୍ରୀ ଧର୍ମେନ୍ଦ୍ର ସାହୁ ୪- ହରିପୁର ସୋସାଇଟିର ସଭାପତି ଶ୍ରୀ ରାମଚନ୍ଦ୍ର ବିଶୋଇ,ସେକ୍ରେଟାରୀ ଶ୍ରୀ ଉମା ବିଶୋଇ ୫- ବରାଡ଼ବିଲି ସୋସାଇଟିର ସଭାପତି ଶ୍ରୀ ଇନ୍ଦ୍ର ମୋହନ ଗୌଡ଼,ସେକ୍ରେଟାରୀ ଶ୍ରୀ ବିପ୍ର ସ୍ୱାଇଁ ସମସ୍ତଙ୍କ ନେତୃତ୍ୱରେ ମୁଖ୍ୟ ଅଥିତି ରୂପେ ଧରାକୋଟ ତହସିଲଦାର, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ,ପୂର୍ବତ୍ତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁ ଓ ଧରାକୋଟ ଉପସଭାପତି ପ୍ରତିମା ପାଣିଗ୍ରାହୀ, ଶତାଧିକ ଚାଷୀ ମାନଙ୍କ ଉପସ୍ତିତିରେ ସାମୁହିକ ମଣ୍ଡି ଉଦ୍ଘାଟନ ହୋଇଥିବା ଦେଖିବାକୁ ମିଳିଛି |ଉକ୍ତ ମଣ୍ଡି ପରିସର ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ସମସ୍ତ ମୁଖ୍ୟ ଅଥିତି ନିଜ ନିଜ ମନ୍ତବ୍ୟ ଦେଇଥିବା ବେଳେ ସ୍ଥାନୀୟ ତହସିଲଦାର କହିଥିଲେ ଚଳିତ ବର୍ଷ ଭଲ ଧାନ ହୋଇଛି ସରକାରଙ୍କ ନିର୍ଦେଶ ପାଳନ କରି ଉପଯୁକ୍ତ ସମୟରେ ମଣ୍ଡିରେ ଚାଷୀ ଭାଇ ମାନେ ଧାନ ବିକ୍ରୟ କରନ୍ତୁ | ସାଧାରଣ ଶ୍ରେଣୀ ଧାନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ବଜାର ମୂଲ୍ୟ ୨୩୬୯ ଟଙ୍କା ଥିଲା ବେଳେ ଓଡିଶା ସରକାର ଦେଉଥିବା ଇନ୍ପୁଟ ସପସିଡ଼ି ୭୩୧ ଟଙ୍କା ଧାର୍ଯ୍ୟ କରିଛନ୍ତି ଯାହା ଗତ ବର୍ଷ ତୁଳନାରେ ୬୯ ଟଙ୍କା କାମ | ଗତ ବର୍ଷ ଚାଷୀ ୩୧୦୦ ଟଙ୍କା ପାଉଥିବା ବେଳେ ଚଳିତ ବର୍ଷ ତାହା ଅପରିବର୍ତ୍ତିତ ଥିବା ଦେଖିବାକୁ ମିଳିଛି | କେନ୍ଦ୍ର ସରକାର ଦେଇଥିବା ବର୍ଦ୍ଧିତ ୬୯ ଟଙ୍କା ରାଜ୍ୟ ସରକାର ଗତ ବର୍ଷର ଇନ୍ପୁଟ ସପସିଡ଼ିରୁ କାଟି ଦେଇଥିବା ବେଳେ ଲୋକଙ୍କ ମନରେ ଅସନ୍ତୋଷ କେକହିବାକୁ ମିଳିଥିଲା | ଧାନ ବିକ୍ରି ପାଇଁ ସରକାରୀ ନିୟମକୁ ଦେଖି ଲୋକଙ୍କ ମନରେ ଛନକା ପଶିଛି କଟଣି ଛଟଣି କେତେ ହେବ? ଅଖା ସୁତୁଲି ନା ଜରି ଯଦି ସୁତୁଲି ଚାଷୀକୁ ଅଖା କିଏ ଦେବ? ଚାଷୀ ମିଲର ପାଖକୁ ଧାନ ନେବା ନ ମଣ୍ଡିକୁ ଆଣି ଦେବ ? ମାଣ୍ଡିରେ ଯଦି ଧାନ ଖରାପ ପ୍ରମାଣିତ ହୁଏ ତେବେ କ'ଣ ହେବ ପୁଣି ତାକୁ ଘରକୁ ନେବେକୁ ପଡିବ କି ? ମଣ୍ଡିକୁ ଚାଷୀ ନିଜ ଖର୍ଚରେ ଧାନ ଆଣି ଦେବେ ନ ମିଲର ଖର୍ଚ ଦେବେ ? ଏଭଳି ଅନେକ ପ୍ରଶ୍ନ ଉଠିଥିବା ଦେଖିବାକୁ ମିଳିଛି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

             ମୋ ନିଯୁଜୁ ଓଡିଶା

Post a Comment

Previous Post Next Post