ଦୁର୍ଦଶାରେ ଜନଜାତି ସୁବିଧା ସାତ ସପନ |*


*ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୧୪/୧୨/୨୦୨୫:- ଭାରତ ସ୍ୱାଧୀନ ହେବା ୭୮ ବର୍ଷ ପରେ ବି ଧରାକୋଟ ବ୍ଲକ ସାବା ପଞ୍ଚାୟତ ଭିତରେ ବାସ କରୁଥିବା ଅନେକ ଜନଜାତି ସମ୍ପ୍ରଦାୟ ଗ୍ରାମ ଏବେବି ବାହ୍ୟ ଜଗତରୁ ବିଛିର୍ଣ ରହିଥିବା ଦେଖିବାକୁ ମିଳିଛି |ଏହି ପଞ୍ଚାୟତରେ ଅନେକ ଆଦିବାସୀ ଗ୍ରାମ ରହିଥିବା ବେଳେ କିଛି ଗ୍ରାମରେ ଏବେବି ବିଜୁଳି ପହଞ୍ଚି ପାରିନାହିଁ ଯେପରିକି ସେମାନେ ରାତ୍ରି ଅନ୍ଧାରକୁ ନିଜର କରିଦେଇଛନ୍ତି,କିଛି ଗାଁକୁ ଯିବାପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ ବିଭିର୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି, କିଛି ଗାଁରେ ମୋବାଇଲ  ନେଟୱାର୍କ ନଥିବାରୁ ମୋବାଇଲ ସେବା ଜନିତ ସେବା ସୁବିଧାରୁ ବଞ୍ଚିତ ରହୁଛନ୍ତି ଗାଁ ଲୋକେ,ଅନେକ ଗାଁରେ ଅଙ୍ଗନବାଡି ନଥିବା କାରଣରୁ ଅଙ୍ଗନବାଡିରେ ମିଳୁଥିବା ସୁବିଧା ଓ ସେବାରୁ ବଞ୍ଚିତ ଗ୍ରାମର ଶିଶୁ,କିଶୋରୀ ଓ ଗର୍ଭବତୀ ମହିଳା, ଅନେକ ଗାଁରେ ବିଦ୍ୟାଳୟ ନଥିବା କାରଣରୁ ଶିକ୍ଷାରୁ ବଞ୍ଚିତ ଅନେକ ଛାତ୍ର ଛାତ୍ରୀ, ନିକଟରେ ଡାକ୍ତର ଖାନା ନଥିବାରୁ ଅନେକ ସମୟରେ ରୋଗରେ ଛଟପଟ ହେଉଥିବା ରୋଗୀ ଓ ପ୍ରସ୍ତୁତି ମହିଳାଙ୍କୁ ପାହାଡ ଉପରୁ ଖଟିଆରେ ବୁହା ହୋଇ ମାଇଲ ମାଇଲ ଦୂର ଚାଲି ଚାଲି ନେବାକୁ ପଡେ ଆମ୍ବୁଲାନ୍ସ  ନିକଟକୁ |କିଛି ଅଞ୍ଚଳ ସମୁଦ୍ର ପତନରୁ ପ୍ରାୟ ୧୦୦୦ଫୁଟ ଉପରେ ରହିଥିବାରୁ ସେହି ଅଞ୍ଚଳ ମାନଙ୍କରେ ଖରାଦିନ ହେଲେ ଜଳ ସଙ୍କଟ ସହ ଯୁଝିବାକୁ ପଡେ | ଧରାକୋଟ ବ୍ଲକର ସାବା ପଞ୍ଚାୟତ ଅନ୍ତର୍ଗତ କୁଟୁଣିଗଣ୍ଡା ଗାଁ ସମସ୍ୟା ଘେରରେ ଛନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଛି । ପ୍ରାୟ 30  ଗୋଟି ପରିବାରର 150 ରୁ ଅଧିକ ଲୋକ ଏଠାରେ ବାସ କରନ୍ତି। କୁଟୁଣିଗଣ୍ଡା ଗ୍ରାମରେ ଥିବା ଅସୁବିଧା କଥା କହିଲେ ନସରେ ଗ୍ରାମଟି ବନ ପାହାଡ ଘେରା ଭିତରେ ଥିବାବେଳେ ସାବା  ପଞ୍ଚାୟତରୁ ପ୍ରାୟ ସାତ କିଲୋମିଟରରେ ଗାଁକୁ ଯିବା ପାଇଁ ସଡକ ସୁବିଧା ନଥିବାରୁ ଗ୍ରାମର ଲୋକେ ପଞ୍ଚାୟତରେ ମିଳୁଥିବା ସୁବିଧା ରାସନ ଚାଉଳ, ବର୍ଧ୍ୟାକ୍ୟ ଓ ଦିବ୍ୟାଙ୍ଗ ଭତା ପାଇଁ ପ୍ରାୟ ସାତ କିଲୋମିଟର ଚାଲି ଚାଲି ଆସିବାକୁ ପଡେ |ବେଳେ ବେଳେ ଅନ୍ୟ କାମରେ ସହରକୁ ଯିବା ପାଇଁ ମାଇଲ ମାଇଲ ଦୂର ଯିବା ପରେ ବସ ଧରି ଯିବାକୁ ପଡେ | ଅତି ଦୁଃଖର ବିଷୟ ଭାରତ ସ୍ୱାଧୀନ ହେବାର ୭୮ ବର୍ଷ ଓ ବିଗତ ସରକାର ଶାସନରେ ୨୪ ବର୍ଷ ଥିଲେବି ସୁଦୁହିରି ପାରିଲାନେହିଁ ଜନଜାତି ମାନଙ୍କ ସମସ୍ୟା ଦେଇପାରିଲେଣି ମୌଳିକ ସୁବିଧା, ଦେଲେ କେବଳ ପ୍ରତିଶୃତି | ଏବେ ଦେଖିବାକୁ ବାକି ରହିଲା ବର୍ତମାନର ବିଜେପି ସରକାର କେବେ ଦେଉଛି ଆଦିବାସୀ ଲୋକଙ୍କୁ ସ୍ୱାଧୀନ ? କେବେ ମିଳିବ ସରଳ ଆଦିବାସୀ ଲୋକଙ୍କୁ ମୌଳିକ ସୁବିଧା ? ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେଲେ ଉକ୍ତ ଜନ ଜାତି ଆଦିବାସୀ ସମ୍ପ୍ରଦାୟ ଲୋକମାନେ ଉପକୃତ ହେବେ ଓ ଆମ ଓଡ଼ିଶାର ବିକାଶ ହେବେ |* 

*ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*

            *ମୋ ନିଯୁଜୁ ଓଡିଶା*

      *ମୋବାଇଲ-୯୯୩୮୯୬୦୯୬୯*

Post a Comment

Previous Post Next Post