ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୧୮/୧୧/୨୦୨୫:- ଆଜି ଧରାକୋଟ ଗୋଷ୍ଠୀ ଉର୍ଣ୍ଣୟନ କାର୍ଯ୍ୟାଳୟ ପରିସର ମଧ୍ୟରେ ଭିର୍ଣ୍ଣକ୍ଷମ ମାନଙ୍କ ଉଦେଶ୍ୟରେ ଭୀମୋ ଭୋଇ ଦିବ୍ୟାଙ୍ଗ ସାମର୍ଥ୍ୟ ଅଭିଯାନ ପାଳିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ଧରାକୋଟ ବ୍ଲକର ସମସ୍ତ ପଞ୍ଚାୟତରୁ ପ୍ରାୟ ୩୫୦ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଉପସ୍ଥିତ ହୋଇ ନିଜର ସ୍ୱାସ୍ଥ୍ୟ ଗତ ପରୀକ୍ଷା କରି ନିଜ ଦିବ୍ୟାଙ୍ଗ ପ୍ରମାଣପତ୍ର ନବୀକରଣ କରାଇବା ସହ କାହାର ଘର,କାହାକୁ ରାସନ କାର୍ଡ,କାହାକୁ ଭତା,କାହାକୁ ସାଇକେଲ,କାହାର ଯାତ୍ରା ପାସ,କାହାର ସ୍ଵ ରୋଜଗାର ପାଇଁ ଇଛା ଭଳି ଅନେକ ଆସ ନେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ଉକ୍ତ ଦିବ୍ୟାଙ୍ଗଙ୍କ ମଧ୍ୟରୁ ଯାହାର ୮୦%ରୁ ଅଧିକ ଅସୁବିଧା ଥାଏ ସେମାନଙ୍କୁ ସରକାରଙ୍କ ତରଫରୁ ଭତା ବୃଦ୍ଧି ସହ ବେଟେରୀ ଚଳିତ ଗାଡିର ଦୁଵିଧା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଧରାକୋଟ ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ,ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ,ତହସିଲଦାର,ଜିଲ୍ଲା ପରିଷଦ ସଦସ୍ୟା,ସବ ଡ଼ିବିଜେନ ସାମାଜିକ ସୁରକ୍ଷା ଅଧିକାରୀ ଓ ଏମ.ପି. ରିପ୍ରେଜେଣ୍ଟିବ ମଞ୍ଚରେ ଉପସ୍ଥିତ ଥିବା ବେଳେ ଆହୁରି ଅନେକ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


