ମାଣିକ୍ୟପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ବିଫଳ*


*ଶଙ୍କର ପାଣିଗ୍ରାହୀ ମୋ ଖବର ନିଯୁଜୁ ଓଡିଶା ମାଣିକ୍ୟପୁର ତା ୦୪/୧୧/୨୦୨୫ ମଙ୍ଗଳବାର:- ଆଜି ମାଣିକ୍ୟପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ସମସ୍ତ ବିଭାଗର କାର୍ଯ୍ୟରତ ଅଧିକାରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଧରାକୋଟ ତହସିଲଦାର,ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ,ଗୃହ ବିଭାଗ,ଶ୍ରମ ଅଧିକାରୀ,କୃଷି ଅଧିକାରୀ,ଯୋଗାଣ ଅଧିକାରୀ,ନାଗରିକ ସୁରକ୍ଷା ଅଧିକାରୀ,ଶକ୍ତି ବିଭାଗ,ରାଜସ୍ବ ବିଭାଗ,ସ୍ୱାସ୍ଥ୍ୟ ଅଧିକାରୀ,ପୋଲିସ ଅଧିକାରୀ,ଗଣ ମାଧ୍ୟମ ଓ ସ୍ଥାନୀୟ ସରପଞ୍ଚଙ୍କ ସହ ଅନେକ କର୍ମୀ ମିଳିତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ସରକାରଙ୍କ ଏଭଳି ଜନ ଶୁଣାଣି କାର୍ୟ୍ଯକରମର ମୁଖ୍ୟ ଉଦ୍ଧେଷ୍ୟ ଲୋକଙ୍କ ସମସ୍ୟାକୁ ମୂଳରୁ ଉତ୍ପାଟନ କରିବା ଏବଂ ସମସ୍ତ ସରକାରୀ ସୁବିଧା ଲୋକଙ୍କ ପାଖକୁ ସୁବିଧାରେ ପହଞ୍ଚାଇବା, ମାତ୍ର ମାଣିକ୍ୟପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି |ଉକ୍ତ କାର୍ଯ୍ୟକ୍ରମର ସୂଚନା ସଠିକ ସମୟରେ ଲୋକଙ୍କ ନିକଟକୁ  ପହଁଚି ନଥିବା ସୂଚନା ମିଳିଛି ତେଣୁ ଏତେ ସୁନ୍ଦର କାର୍ଯ୍ୟକ୍ରମରେ ମାତ୍ର ୩୯ ଜଣ ଅଭିଯୋଗ କାରି ପହଁଚି  ଅଭିଯୋଗ ଦାଖଲ କରିଥିବା ସହ ମାତ୍ର ୩ ଜଣଙ୍କ ତତ୍କାଳ ସମାଧାନ ହୋଇଛି | ଯେଉଁ କାର୍ଯ୍ୟ କ୍ରମରେ ସରକାରଙ୍କ ଲକ୍ଷାଧିକ ଟଙ୍କା ଖର୍ଚ ହେଉଥିବାବେଳେ ସମସ୍ତ କର୍ମଚାରି ନିଜ ହେଡ଼କ୍ଵାଟର ଛାଡି ସାରା ଦିନ ସମୟ ଅତିବାହିତ କରି ଲୋକ ସେବାରେ ଉପସ୍ଥିତ ଥିବା ବେଳେ କୌଣସି ଅଭିଯୋଗ କାରି ଜନ ଶୁଣାଣି କାର୍ଯ୍ୟକ୍ରମରେ ପହଁଚି ନଥିବା କେଉଁଠି  ନା କେଉଁଠି ପରିଚାଳନା ଗତ ତ୍ରୁଟିକୁ  ଦର୍ଶାଉଥିବା ଦେଖିବାକୁ ମିଳିଛି | ଯେଉଁ ଜାଗାରେ ଅସଂଖ୍ୟ ଅସୂବିଦ୍ଧ| ଏମିତି ଲାଗୁଥିଲା ମାଣିକ୍ୟପୁର ପଞ୍ଚାୟତରେ ଲୋକଙ୍କର କୌଣସି ଅସୁବିଧା ନଥିଲା ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ସମାଲୋଚନା କରୁଥିବା ଦେଖିବାକୁ ମିଳିଛି |*      

  

*ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*

            *ମୋ ନିଯୁଜୁ ଓଡିଶା*

Post a Comment

Previous Post Next Post