ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ।

 


ଭୁବନେଶ୍ୱର:- କଟକ ବାଲିଯାତ୍ରାର ଗୋଟିଏ ଦିନ ପୂର୍ବରୁ ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ। ସେଇଥି ପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି।


ସେହିଭଳି ତିର୍ତ୍ତୋଲ ରେ ମଧ୍ୟ ବାଲି ଯାତ୍ରା ଅନୁଷ୍ଠିତ ହୋଇଛି। ପଡ଼ିଆରେ ଦେଖିବାକୁ ମିଳିଛି ବିଭିନ୍ନ ପ୍ରକାର ର ଷ୍ଟଲ୍। ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ଏହି ଷ୍ଟଲରେ ରହିଛି।


ଏହି ଅବସରରେ ଅପରାହ୍ନ ରୁ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ସଙ୍ଗଠନ ଓ ବାହାର ଜିଲ୍ଲାର ସଙ୍ଗଠନ ଗୁଡିକ ସେମାନଙ୍କର କଳାକୃତି ପଦର୍ଶିତ କରିଥିଲେ।


ସେହି ଭଳି ପାରାଦୀପ କଳିଙ୍ଗ ବାଲି ଯାତ୍ରା ଓ ପରଦିନ ତିର୍ତ୍ତୋଲ ବାଲି ଯାତ୍ରା ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନେ ଓଡ଼ିଶୀ ନୃତ୍ୟ କରି ଦର୍ଶକ ଙ୍କ ମନ କୁ ମୋହି ଥିଲେ।


ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ତାରିଣୀ,ଜ୍ୟୋତିର୍ମୟୀ,ଶୁଭଶ୍ରୀ, ସମ୍ପନ୍ନI,ଅନୁଷ୍କା,ପ୍ରିୟଙ୍କା ଏବଂ ପ୍ରୀୟାଶି ନୃତ୍ୟ ପରିବେଷଣ କରି ଥିଲେ।

Post a Comment

Previous Post Next Post