ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଓ ମିଡ଼ିଆ ହାଉସ କବିସୂର୍ଯ୍ୟନଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ


ସାମ୍ବାଦିକ ଙ୍କ ପାଇଁ ଦିନ ଟିଏ... ଆଜି ଦେଶ ପାଳିଲା ସାମ୍ବାଦିକ ଦିବସ.. 

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କଲ୍ୟାଣ ମଣ୍ଡପ ଠାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଓ ମିଡ଼ିଆ ହାଉସ କବିସୂର୍ଯ୍ୟନଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି.. ରାଜ୍ୟ ସମ୍ପାଦକ ନାରାୟଣୀ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ବୀରେନ୍ଦ୍ର ଖଟାଇ, ପୂର୍ବତନ NAC ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ଯୁବ ନେତା ତଥା ସମାଜସେବୀ ପ୍ରମୋଦ ପଣ୍ଡା, BEO ଅଭିମନ୍ୟୁ ସାହୁ, ଯୋଗ ଦେଇ ମୁକ୍ତ ଗଣ ମାଧ୍ୟମ.. ସୁସ୍ଥ ଗଣତନ୍ତ୍ର ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ. ସେହିପରି ସାମ୍ବାଦିକ ସଙ୍ଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିବା ପରେ ବିଧାୟକ ଓ ମଞ୍ଚାସିନ ଅତିଥି ମାନେବିଭିନ୍ନ ଜିଲା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚରୁ ଆସିଥିବା ପ୍ରାୟ 80 ରୁ ଉର୍ଦ୍ଧ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ..

ସେହିପରି ବିଭିନ୍ନ ବର୍ଗର ପ୍ରତିଭାବାନ ବ୍ୟକ୍ତି ବିଶେଷ  ଏବଂମୋ ଗାଁକୁ ରାସ୍ତା ନାହିଁ  ଚଳଚିତ୍ର ର ସିନେ କଳାକାର ଜୀବନ ପଣ୍ଡା, ଶିଶୁ ସିନେ କଳାକାର ପ୍ରିୟାଂଶୁ ସାହୁ, ଅନୁଷ୍କା ଆରାଧନା ସ୍ୱାଇଁ, ଶୁଭଶ୍ରୀ ମହାନ୍ତି ଙ୍କୁ "ଶ୍ରେଷ୍ଠ ପ୍ରତିଭା ସମ୍ମାନ" ରେ ସମ୍ମାନିତ କରାଯାଇଥିଲା..

କୁନି କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପରେ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା.

କାର୍ଯ୍ୟକ୍ରମ ରେ ବଲାଙ୍ଗୀର, ନୟାଗଡ, କୋରାପୁଟ, ରାୟଗଡା, କଟକ, ଭୁବନେଶ୍ୱର, ନବରଙ୍ଗପୁର ଜିଲାରୁ ବହୁ ସାମ୍ବାଦିକ ଯୋଗ ଦେଇଥିବା ବେଳେ ନ୍ୟାୟବତୀ ସାଉଥୁ ଓଡିଶା ବିରୋ ଚିଫ ଶରତ ଚନ୍ଦ୍ର ନନ୍ଦ,ସାମ୍ବାଦିକ ସରୋଜ ମିଶ୍ର, ବିବେକାନନ୍ଦ ସାହୁ,  କୃଷ୍ଣ ନାହାକ, ସୁଶାନ୍ତ ପଟ୍ଟନାୟକ, କୃଷ୍ଣ ପଲେଇ, ବିଜୟ ନାୟକ, ବାପୁନି କୁମାର ମାଲୁ,ଗୁଲସନ କର, ଜିଲ୍ଲା ପ୍ରତିନିଧି ଅନିଲ ପାଢ଼ୀ, ଭଗବାନ ପାଢ଼ୀ, ଙ୍କ ସମେତ ଗଞ୍ଜାମ ଜିଲାରୁ 100 ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ. କାର୍ଯ୍ୟକ୍ରମ କୁ ବିଜୟଶ୍ରୀ ପାଣିଗ୍ରାହୀ ଉପସ୍ଥାପିକା କାର୍ଯ୍ୟ ତୁଲାଇଥିବା ବେଳେ ବିବେକାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ.।

Post a Comment

Previous Post Next Post