ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ବଡ଼ ଖରୁଡା ସାହିରେ ଥିବା ବହୁ ପୁରାତନ ନାମ ଯଜ୍ଞ ମଣ୍ଡପର ଆଜି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ଏନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନିକଟସ୍ଥ ପୋଖରୀରୁ କଳସରେ ଶୁଦ୍ଧ ଜଳ ଆଣି ନାମଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ ଶତାଧିକ ମହିଳା। ପରେ ଏନେଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପଣ୍ଡିତଙ୍କ ପବିତ୍ର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ଖରୁଡା ସାହିର ସମସ୍ତ ଜନସାଧାରଣ ଓ କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ସହଯୋଗ କ୍ରମେ ଉକ୍ତ ନାମଯଜ୍ଞ ମଣ୍ଡପ ନବକଳେବର ହୋଇଥିବା ବେଳେ ଏହାର ପ୍ରତିଷ୍ଠା ଉତ୍ସବ ମଧ୍ୟ ଭକ୍ତିମୟ ପରିବେଶ ମଧ୍ୟରେ ଶେଷ ହୋଇଛି।


