ଭଞ୍ଜନଗର ୭/୧୦ (ନି.ପ୍ର) : ଗଂଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ପଞ୍ଜିକୃତ ସାମ୍ବାଦିକ ସଂଘ କବିସମ୍ରାଟ ମିଡ଼ିଆ କ୍ଲବର ୨୦୨୫ - ୨୦୨୬ ପାଇଁ ନୁତନ କର୍ମକର୍ତ୍ତା ଚୟନ କରାଯାଇଛି। ପୁର୍ନବାର ୩ଥର ପାଇଁ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ ଏବଂ ସମ୍ପାଦକ ଭାବେ ଚିନ୍ମୟ କୁମାର ବେବର୍ତ୍ତାଙ୍କୁ ଚୟନ କରାଯାଇଥିଲା। ଉପସଭାପତି ଭାବେ ପୁରୁଷୋତ୍ତମ ମହାପାତ୍ର, ସମୀର କୁମାର ମହାପାତ୍ର ଓ ଏସ୍. ଦୁର୍ଗା ମାଧବ ଆଚାରିଙ୍କୁ ଚୟନ କରାଯାଇଥିବା ବେଳେ ସହ ସମ୍ପାଦକ ଭାବେ ନବ ବିଷୋୟୀ, ଆଶିଷ ଗୌଡ଼ ଓ ସୁଶାନ୍ତ କୁମାର ପଣ୍ଡାଙ୍କୁ ଚୟନ କରାଯାଇଛି। କୋଷାଧ୍ୟକ୍ଷ ଭାବେ ଏ. ମନୋଜ କୁମାର ପାତ୍ରଙ୍କୁ ଏବଂ ଆଞ୍ଚଳିକ ଭିତ୍ତିରେ ସଂଯୋଜକ ଭାବେ ଭଞ୍ଜନଗର ବ୍ଲକ ପାଇଁ ରଞ୍ଜିତ ଜେନା, ଗିରିଶ ଚନ୍ଦ୍ର ସାହୁ, ଗୋବିନ୍ଦ ଗୌଡ଼, ବ୍ରଜ ବିହାରୀ ଆଚାର୍ଯ୍ୟ, ସୋରଡା ବ୍ଲକ ପାଇଁ ଗୋପାଳକୃଷ୍ଣ ପଟ୍ଟନାୟକ, ବୁଗୁଡା ବ୍ଲକ ପାଇଁ ବାବୁଲି ମହାରଣା, ବେଲଗୁଣ୍ଠା ବ୍ଲକ ପାଇଁ ସୁଶାନ୍ତ ବେହେରାଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା ଭାବେ ସଂଜୀବ ପାତ୍ର ଓ ଦଣ୍ଡପାଣି ପ୍ରଧାନଙ୍କୁ ଚୟନ କରାଯାଇଥିଲା। ଆଜିର ଏହି ନୂତନ କର୍ମକର୍ତ୍ତା ଚୟନ ନିର୍ବାଚନ ପକ୍ରିୟାକୁ ନିର୍ବାଚନ ଅଧିକାରୀ ଭାବେ ସଂଜୀବ ପାତ୍ର ଓ ଦଣ୍ଡପାଣି ପ୍ରଧାନ ପରିଚାଳନା କରିଥିଲେ। ପ୍ରକାଶଥାଉକି କବି ସମ୍ରାଟ ମିଡ଼ିଆ କ୍ଲବ ଗଂଜାମ ଜିଲ୍ଲାରେ ଗୋଟିଏ ସ୍ୱତନ୍ତ୍ର ସାମ୍ବାଦିକ ସଂଘ ଭାବେ ସୁନାମ ଅର୍ଜନ କରିଛି। ସମାଜ ସେବା, ସାମ୍ବାଦିକ ସୁରକ୍ଷା, ରକ୍ତ ଦାନ, ବୃକ୍ଷ ରୋପଣ ଭଳି ଅନେକ ଗୁଡିଏ ମହତ କାର୍ଯ୍ୟକ୍ରମ କରି ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିପାରିଛି। ଯେତେବେଳେ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ଓ ଅଧିକାର କଥା ଉଠେ ସେଠାରେ କବିସମ୍ରାଟ ମିଡ଼ିଆ କ୍ଲବ ସ୍ୱର ଉତ୍ତୋଳନ କରିଥାଏ। ଆସନ୍ତା ୧୨ ତାରିଖରେ ବେଲଗୁଣ୍ଠାସ୍ଥିତ ବଣିକ ସଂଘ ଗୃହ ଠାରେ ଅନୁଷ୍ଠାନର ୨ତମ ପ୍ରତିଷ୍ଠା ଉତ୍ସବରେ ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବେଲଗୁଣ୍ଠା ବ୍ଲକର ପ୍ରାୟ ୪୦ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।


