*ଶଙ୍କର ପାଣିଗ୍ରାହୀ ପାଟପୁର ୦୯/୧୦/୨୦୨୫ :- ୟଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର 75 ତମ ଜନ୍ମ ଦିବସ ତଥା ସେବାପକ୍ଷ ଅବସରରେ ସାନଖେମୁଣ୍ଡି ବିଜେପି ବିଧାୟକ ପାର୍ଥି ଇଂ ଉତ୍ତମ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପାଟପୁର ସ୍ଥିତ ତୈଳିକ ସାମଜ କୋଠ ଘର ଠାରେ ଏକ ବିଶାଳ ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି ୲ ଉକ୍ତ ଶିବିରରେ 110 ୟୁନିଟ୍ ରକ୍ତ ସଂଗ୍ରହ ହେବ ସହ ଶତାଧିକ ଲୋକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି ୲ ଉକ୍ତ ଶିବିରରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଏକ ହଜାରରୁ ଉର୍ଦ୍ଧ କର୍ମୀ ଉଚ୍ଛାହିତ ହୋଇ ସ୍ବେର୍ଚ୍ଛ କୃତ ଭାବେ ଉପସ୍ଥିତ ଥିବା ସହ ମୁଖ୍ୟ ଭୂମିକାରେ ସମସ୍ତ ପଦାଧିକାରୀ ସକ୍ରିୟ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ଏଥିରେ ପାଟପୁର ମଣ୍ଡଳ ସଭାପତି ଗଙ୍ଗାଧର ଭୂୟାଁ,ସଞ୍ଜୟ କୁମାର ପ୍ରଧାନ,ସନାତନ ନାୟକ,ପ୍ରଭାକର ପ୍ରଧାନ,ଟୁକୁନା ନାୟକ, ସୁକାନ୍ତ ଖୁଣ୍ଟିଆ, ଗରିବ ନାଇକ, ଶଙ୍କର ପାଣିଗ୍ରାହୀ, ମନୋରଞ୍ଜନ ସାହୁ,ପ୍ରଶାନ୍ତ କୁମାର ସ୍ଵାଇଁ,ଲୋକନାଥ ପ୍ରଧାନ,ଚେରୁ ପାତ୍ର,ଚନ୍ଦନ ପ୍ରଧାନ,ଶିବରାମ ନାୟକ,ସୁନୀଲ ମହାନ୍ତି,ମାନସ ନାୟକ,ଦେବାଶିଷ ମିଶ୍ର,ଭାଗ୍ୟବାନ ଗଉଡ,ପ୍ରମୋଦ ବିଶୋୟୀ,ବଳରାମ ପରିଡା(ପାଣ୍ଡା),ସୁବାଷ ବାଡତ୍ୟା, ଭୀମ ଦୋରା, ବିଜୟ ପଣ୍ଡା,ରାଜେଶ ରାଉଳ ଯୋଗଦେଇଥିଲେ ୲*
*ପାଟପୁରରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*
*ମୋ ନିଯୁଜୁ ଓଡିଶା*


