*ଶଙ୍କର ପାଣିଗ୍ରାହୀ, ମାଣିକ୍ୟପୁର ୦୩/୧୦/୨୦୨୫ ଶୁକ୍ର ବାର:- ଆଜି ମାଣିକ୍ୟପୁରାର ଶ୍ରୀଶ୍ରୀ ମା" ଦୁର୍ଗାଙ୍କ ନିର୍ମାଇ ମେଢ଼ରେ ୧୦୦୮ ଦୀପ ଦାନ ବେଳେ ପାଖାପାଖି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଜମା ହୋଇ ଦୀପ ଦାନ କରିଥିବା ଦେଖିବାକୁ ମିଳିଛି | ଉକ୍ତ ଗ୍ରାମରେ ବିଗତ ୧୩ ବର୍ଷ ଧରି ଆଞ୍ଚଳିକ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ ଆଡମ୍ବର ସହକାରେ ମା" ଦୁର୍ଗାଙ୍କ ନିର୍ମାଇ ମୂର୍ତି ଷଷ୍ଠି ପୂଜା ଠାରୁ ପୂଜା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ମେଢ଼ ଷଷ୍ଠି ପୂଜା ଠାରୁ ଆରମ୍ଭ ହୋଇ ଦଶହରା ପରେ ୩ ଦିନ ଧରି ଚାଲିବା ନେଇ କମିଟି ବୃନ୍ଦ କହିଛନ୍ତି | ଏହା ଏକ ଆଞ୍ଚଳିକ ପୂଜା ରୂପେ ପରିଗଣିତ ହୋଇଥିବା ଚର୍ଚାର କାରଣ, ପାଖାପାଖି ୧୦ରୁ ୧୫ କିଲୋମିଟର ପରିସର ମଧ୍ୟରେ ଆଉ କୌଣସି ଗ୍ରାମରେ ମା"ଙ୍କ ମେଢ଼ ଦେଖିବାକୁ ମିଳିନଥିବା ଜଣ ପଡିଛି | ଉକ୍ତ ପୂଜାର ଆୟୋଜନ ମାଣିକ୍ୟପୁର ଗ୍ରାମର ଗ୍ରାମବାସୀଙ୍କ ମିଳିତ ଚେଷ୍ଟା ଫଳରେ ଗତ ୧୩ ବର୍ଷ ଧରି ବଡ ଧୁମ ଧାମ ସହ ପାଳନ ହେଉଥିବା କମିଟି ବୃନ୍ଦ କହିଥିଲେ | ଉକ୍ତ ମେଢ଼ରେ ପାଖାପାଖି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମା"ଙ୍କ ଦର୍ଶନ ପାଇଁ ଆସି ତୋରଣ ସାଜ ସଜାର ମଜା ନେବାସହ ଭଜନ ସମାରୋହ ଓ ମୁକ୍ତରେ ପ୍ରସାଦ ଦେବାନ କରୁଥିବା ଜଣ ପଡିଛି | ମେଢ଼ର ମୁଖ୍ୟ ଆକର୍ଷଣ ହେଉଛି ସେଲଫି ପଇଁଟ ଉକ୍ତ ସେଲଫି ପଇଁଟରେ ଭକ୍ତ ମାନେ ନିଜ ନିଜ ପ୍ରିୟ ଜଣଙ୍କ ସହ ଫୋଟ ଉଠାଉ ଥିବା ଦେଖିବାକୁ ମିଳିଛି | ଏହି ଭଳି ସୁନ୍ଦର କାର୍ଯ୍ୟକ୍ରମକୁ ସମସ୍ତ ଅଞ୍ଚଳ ବସି ବହୁତ ପ୍ରଶଂସା କରୁଥବା ଜଣ ପଡିଛି |*
*ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ନିଯୁଜୁ*
*ମୋ ନିଯୁଜୁ ଓଡିଶା*


