*ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମଛାକୋଟ ୧୯/୧୦/୨୦୨୫ ରବିବାର :- ଆଜି ସକାଳେ ବଡ଼ଗଡ଼ ଥାନା ଅଧିନସ୍ଥ ମଛାକୋଟ କାଳୁଅ| ମନ୍ଦିର ନିକଟ ହରଭଙ୍ଗୀ କେନାଲରୁ ଏକ ଅଜଣା ଶବ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି | ଉକ୍ତ ଲୋକଟି କେଉଁ ଅଞ୍ଚଳରୁ ଭାସି ଭାସି ଆସି ମଛାକୋଟ କାଲୁଆ ମନ୍ଦିର କେନାଲ ସଂଖରେ ଲାଗିଥିବା ଦେଖିବାକୁ ମିଳିଥିବା ବେଳେ ଲୋକଟିର ପରିଚୟ ମିଳିନଥିବା ଜଣାପଡିଛି | ପୋଲିସଙ୍କ କହିବା ଅନୁସାରେ ସବଟି ପ୍ରାୟ ଦୁଇ ରୁ ତିନି ଦିନର ହେବା ଅନୁମାନ କରାଯାଉଛି | ଉକ୍ତ ଶାବଟିକୁ ମଛାକୋଟ ଗ୍ରାମବାସୀ,ମଛାକୋଟ ସରପଞ୍ଚ,ମଛାକୋଟ ନ୍ୟାୟ ସରପଞ୍ଚ, ମାଣିକ୍ୟପୁର ସରପଞ୍ଚ ପାର୍ଥି,ଗଣମାଧ୍ୟମଙ୍କ ଉପସ୍ତିତିରେ ବଡ଼ଗଡ଼ ପୋଲିସଙ୍କ ତତ୍ୱାବଧାନରେ ଶେରଗଡ଼ ଅଗ୍ନିଶ୍ରମ ବାହିନୀଙ୍କ ସାହାଯ୍ୟରେ ଶାବଟିକୁ କେନାଲ ମଧ୍ୟରୁ ଉଦ୍ଧାର କରିବା ପରେ ଶାବଟିରା ପଞ୍ଚନାମା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଗଲା ଓ ମଛାକୋଟ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଦ୍ୱାରା ତଦନ୍ତ ଜାରି ରଖାଯାଇଥିବା ଦେଖିବାକୁ ମିଳିଛି | ଉକ୍ତ ହରଭଙ୍ଗୀ କେନାଲଟି ଅଡବା ଡେମରୁ ଆସୁଥିବା ବେଳେ ଘଟଣାଟି କେଉଁ ଅଞ୍ଚଳର କି ଭଳି ଲୋକଟି କେନାଲ ଭିତରେ ମରିଛି ତାହା କହିବା କଷ୍ଟକର ହୋଇପଡିଛି, ତାହା ଏକ ଅପମୃତୁ ନା ହତ୍ୟା ଓ ଲୋକଟି କେଉଁ ଅଞ୍ଚଳର ତଦନ୍ତ ପରେ ଜଣାପଡିବା ନେଇ ବଡ଼ଗଡ଼ ଥାନା ଅଧିକାରୀ ଜାଣିଥିଲେ |*
*ଧରାକୋଟ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*
*ମୋ ନିଯୁଜୁ ଓଡିଶା*


