(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ଆର୍ଯ୍ୟଭଟ୍ଟ ପରିବେଶ ଓ ପ୍ରକୃତି ଫାଉଣ୍ଡେସନ ର ଲଣ୍ଡା ପାହାଡ଼ ବନୀକରଣ କାର୍ଯ୍ୟକ୍ରମ ରାମଚ଼ନ୍ଦ୍ର ପଲ୍ଲୀ ରଙ୍ଗ ମାଟିଆ ପାହାଡରେ ଆୟୋଜିତ ହୋଇଥିଲା।ଏହି ପାହାଡ଼ ୨୦୧୭ ପୂର୍ବରୁ ଅଳ୍ପ କେତେ ଭୂଇଁ ଖଜୁରୀ ବ୍ୟତୀତ ସମ୍ପୂର୍ଣ୍ଣ ଲଣ୍ଡା ଥିଲା l ତତ୍କାଳୀନ ବନ ବିଭାଗ ବିଶେଷଜ୍ଞଙ୍କ ମତରେ ଏହି ଭୂଇଁ ଖଜୁରୀ ଡିଗ୍ରେଡେଡ୍ ସୋଇଲ୍ ର ଲକ୍ଷଣ ତେଣୁ ଏଠାରେ ବୃକ୍ଷ ରୋପଣ ବୃଥା,l କିନ୍ତୁ ସେଇ ବର୍ଷଠାରୁ ସେଠାରେ କ୍ରମାଗତ ବନୀକରଣ ଫଳରେ ଏବେ ସେଠାରେ ହଜାର ହଜାର ବୃକ୍ଷ ଓ ବନ୍ୟ ପ୍ରାଣୀ ସହ ଜୈବ ବିବିଧତା ପରିଲକ୍ଷିତ ହୁଏ l ଏମିତିକି ଭୂଇଁ ଖଜୁରୀ ଗଛ ଗୁଡାକ ମଧ୍ୟ ଲମ୍ବା ଲମ୍ବା ହୋଇ ଗଲେଣି। ଏହି ବର୍ଷ ର ପାହାଡ଼ ବନୀକରଣ କାର୍ଯ୍ୟକ୍ରମ ୧୧ ଜୁନ୍ ରେ ଆରମ୍ଭ କରାଯାଇଥିଲା l ଆଜିର ଲଣ୍ଡା ପାହାଡ଼ ବନୀକରଣ କାର୍ଯ୍ୟକ୍ରମ ଏହି ବର୍ଷର ଉଦ୍ ଯାପନୀ କାର୍ଯ୍ୟକ୍ରମ।ଏହାପରେ ସମତଳ ଅଞ୍ଚଳରେ କେତେକ ଫଳ ଗଛ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ବର୍ଷ ୨ ଲକ୍ଷ ମଞ୍ଜିଗୁଳା, ପ୍ରାୟ ୧୦ ଲକ୍ଷ ମଞ୍ଜି ସହ ୨୦୦ ଚାରା ରୋପଣ କରି ଅନୁଷ୍ଠାନ ଦ୍ୱାରା ପୂର୍ବରୁ ବନୀକରଣ କରାଯାଇଥିବା ୨୦ ଗୋଟି ପାହାଡ଼ ଓ ଏକ ନୂଆ ପାହାଡ଼ରେ ବନୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ପ୍ରତ୍ୟେକ ମଞ୍ଜି ଗୁଳାରେ ହାରାହାରି ୫ ଟି ମଞ୍ଜି ରହେ । ପାହାଡ଼ର ମୃତ୍ତିକା, ପାଖାପାଖି ଅଞ୍ଚଳରେ ଜଳବାୟୁ ଓ ପରିବେଶୀୟ ବ୍ୟବସ୍ଥା କୁ ଅନୁଧ୍ୟାନ କରି ପାହାଡ଼ରେ ବ୍ୟବହାର କରିବା ପାଇଁ ମଞ୍ଜି ଚ଼ଯନ କରା ଯାଇଥାଏ ।ତଳିଆ ଅଞ୍ଚଳରେ ବୃକ୍ଷରୋପଣ, ପହଞ୍ଚିପାରୁଥିବା ଅଞ୍ଚଳରେ ଖୋସିକି ମଞ୍ଜି ପୋତାଯାଏ ଓ ପାହାଡର ଅପହଞ୍ଚ ଇଲାକାରେ ମଞ୍ଜି ଫୋପଡା ଯାଇ ବନୀକରଣ କରାଯାଏ । ତେନ୍ତୁଳି, ଆମ୍ବ ,ପଣସ, ନିମ୍ବ,ସାଗୁଆନ, ପିଜୁଳି,
ଶାଳ, ପିଆଶାଳ, ଖିଶୁ, କରଞ୍ଜ, ମେହଗାନି, ଖଇଇ.କଇଠ,ବାବୁଲ,ବାଉଁଶ, ବାଦାମ, ସୀତା ଫଳ, ରକ୍ତ ଚନ୍ଦନ, ହରିଡା, ବାହାଡା, ବର, ଅଶ୍ୱତ୍ଥ,ରାଧା ଚୁଡ଼ା, କୃଷ୍ଣଚୁଡା,ସିରିଶୀ, ଚାକୁଣ୍ଡା ଶିଶୁ,କଦମ୍ଵ,କୃଷ୍ଣଚୁଡା,ଆକାଶିଆ,ବର, ଅଶ୍ୱତ୍ଥ ଇତ୍ୟାଦି ୭୦ ରୁ ୮୦ ପ୍ରକାର ମଞ୍ଜି ପାହାଡର ଅନୁକୂଳତା କୁ ଲକ୍ଷ୍ୟକରି ବ୍ୟବହାଇ କରାଯାଇଥାଏ । ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ ର ସ୍ଵେଛାସେବୀଙ୍କ ବ୍ୟତିତ ଆଞ୍ଚଳିକ ସ୍ଵେଛାସେବୀ , ବିଭିନ୍ନ ଆଞ୍ଚଳିକ ସ୍କୁଲ କଲେଜଛାତ୍ରଛାତ୍ରୀ, ବିଭିନ୍ନ ବୈଷୟୀକ ଅନୁଷ୍ଠାନ ଯଥା ଆଇ.ଆଇ.ଟି, ଏନ୍ ଆଇ ଟି ମେଡିକାଲ୍ କଲେଜ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥାନ୍ତି ା ଏହି
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସ୍ଵେଛାସେବୀ ଲବ ସେଠୀ,ସୁଦାମ ମହାନ୍ତି, ସୁରେଶ ତ୍ରୀପାଠୀ, K ଘନଶ୍ୟାମ, ଶକୁନ୍ତଳା ଦେବୀ, ଶୁଭେନ୍ଦୁ ପାତ୍ର, ମାଧବ ନାୟକ,ସୁଧୀର ରାଉତ,ଶ୍ୟମ ସୁନ୍ଦର ଖାଡ଼ଙ୍ଗା, ଆଦିତ୍ୟ ରଥ, ସୁଶାନ୍ତ ମହାନ୍ତି, ସବିତା ସାହୁକାର,ସନ୍ଦିପ ପରିଡା ପ୍ରମୁଖ ଯୋଗ ଦେଇଥିଲେ I


