ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

 


କୋଦଳା

ସୋମବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅଭିଯୋଗ ଶୁଣାଣି ଶିବିର କୁ ଏକ ପ୍ରହସନ କହିଛନ୍ତି ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା । ସରପଞ୍ଚଙ୍କ ବାରମ୍ବାର ଅଭିଯୋଗକୁ ଯେଉଁ ବ୍ଲକ କିମ୍ବା ସରକାର ଶୁଣୁନାହାନ୍ତି । ସାଧାରଣ ଜନତା ଅଭିଯୋଗ ର ମୂଲ୍ୟ କଣ ରହିବ ବୋଲି ପ୍ରଶ୍ନ କରିଛନ୍ତି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ବେଗୁନିଆପଡ଼ା ଥାନା ଏସ ଆଇ ଟୁନା ପୀଡ଼ିକା  , ରାହାଡା ସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ସାହୁ , ଜଳ ଓ ପରିମଳ ଯନ୍ତ୍ରୀ ଶୁଭଶ୍ରୀ ମହାରଣା ,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା  , କୃଷି ଅଧିକାରୀ ରାମ ଲାଲ ସାମଦ,  ଉଦ୍ୟାନ  ଅଧିକାରୀ ସୁଭାଶିଷ ପାତ୍ର, କନିଷ୍ଠ ଯନ୍ତ୍ରୀ ନବୀନ ମାଝୀ, ପି ଇ ଓ ପୂର୍ଣ୍ଣ ଚନ୍ଦ୍ର ବଡମୁଣ୍ଡି, ଵି ଏଫ ଟି ରବୀନ୍ଦ୍ର କୁମାର ସାହୁ ,ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ, କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ,ମତ୍ସ୍ୟ ଓ  , ବିଦ୍ୟୁତ୍ ବିଭାଗ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ  ।  ସମୁଦାୟ 8  ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ  ଉର୍ନ୍ନୟନ ମୂଳକ କାର୍ଯ୍ୟ 2 ଗୋଟି ରାସନ କାର୍ଡ 4 ଗୋଟି, ପ୍ରଧାନମନ୍ତ୍ରୀ ଆବାସ 2 ଗୋଟି  ଅଭିଯୋଗ ହୋଇଥିଲା ।  ଅପରାହ୍ନ 3 ଘଣ୍ଟ ସମୟରେ ପ୍ରତିକ୍ରିୟା ରଖିଛନ୍ତି ସରପଞ୍ଚ।

Post a Comment

Previous Post Next Post