*ଶଙ୍କର ପାଣିଗ୍ରାହୀ,ମୋ ନିଯୁଜୁ ଓଡିଶା କଣାସ,ପୁରୀ ତା ୧୮/୧୦/୨୦୨୫ ଶନିବାର :- ଆଜି କଣାସ ସରସ୍ବତୀ ଶିଶୁମନ୍ଦିର ଠାରେ ଆରୋଗ୍ୟ ଭାରତୀ ଓଡ଼ିଶା ପୂର୍ବ କ୍ଷେତ୍ର ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ବୈଠକର ମୁଖ୍ୟ ଉଦେଶ୍ୟ ଆୟୁର୍ବେଦ , ଯୋଗ , ପ୍ରାକୃତିକ ଚିକିତ୍ସା , ହୋମିଓପାଥିକ ଓ ଦାନ୍ତ ରୋଗ ର ସଚେତନତା କାର୍ଯ୍ୟକ୍ରମ। ଆରୋଗ୍ୟ ଭାରତୀ ସ୍ୱାସ୍ଥ୍ୟ କ୍ଷେତ୍ର ରେ ରୁଚି ରଖୁଥିବା ବ୍ୟକ୍ତି ମାନଙ୍କର ଏକ ସ୍ଵେଚ୍ଛାସେବୀ ସଂଗଠନ ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ର ରେ ପ୍ରଚଳିତ ବିଭିନ୍ନ ପଦ୍ଧତି ପ୍ରତି ସମ୍ମାନ ତଥା ଭାରତୀୟ ଜୀବନ ଶୈଳୀ ଉପରେ ବିଶ୍ୱାସ ଓ ଭରସା ରଖି ଥିବା ଏବଂ ନିଃଶ୍ବାର୍ଥ ପର ସେବା ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିବିଶେଷ କୁ ସଂଙ୍ଗଠିତ କରି ସୁସ୍ଥ ରାଷ୍ଟ୍ର ନିର୍ମାଣ ରେ ଆରୋଗ୍ୟ ଭାରତୀ ପ୍ରୟାସ ରତ ଥିବା ଜଣାପଡିଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଆୟୁର୍ବେଦ , ଯୋଗ , ପ୍ରାକୃତିକ ଚିକିତ୍ସା , ହୋମିଓପାଥି ଏବଂ ଦାନ୍ତ ରୋଗର ବିଶେଷଜ୍ଞ ମାନେ ଯୋଗଦେଇ ଥିଲେ । ଡାକ୍ତର ସତ୍ୟସ୍ମିତା ଜେନା ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ପ୍ରଦୀପ କୁମାର ଚମ୍ପତି ହୋମିଓପାଥିକ ବିଶେଷଜ୍ଞ ,ଉପସଭାପତି ଆରୋଗ୍ୟ ଭାରତୀ ଓଡ଼ିଶା ପୂର୍ବ ଡାକ୍ତର ସୁବ୍ରତ କୁମାର ମହାପାତ୍ର ପ୍ରମୁଖ ଆୟୁର୍ବେଦ , ଯୋଗ , ପ୍ରାକୃତିକ ଚିକିତ୍ସା ,ହୋମିଓପାଥିକ, ଏବଂ ଦାନ୍ତ ରୋଗ ବିଷୟ ରେ ଉପସ୍ଥିତ ଥିବା ଛାତ୍ର ଓ ଛାତ୍ରୀ ଗୁରୁଜୀ ଓ ଗୁରୁମା ଏବଂ ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ । ଡାକ୍ତର ସଂଜିତ୍ ପଣ୍ଡା (ଦାନ୍ତରୋଗ) ସଭାପତି ଆରୋଗ୍ୟ ଭାରତୀ ଓଡିଶା ପୂର୍ବ ଉପସ୍ଥିତ ଥିବା ଛାତ୍ର ଓ ଛାତ୍ରୀ ଗୁରୁଜୀ ଓ ଗୁରୁମା ଏବଂ ବ୍ୟକ୍ତିବିଶେଷ ମାନଙ୍କୁ ଦାନ୍ତ ପରୀକ୍ଷା ଏବଂ ସଚେତନ କରାଇଥିଲେ । ଆରୋଗ୍ୟ ଭାରତୀ ଓଡ଼ିଶା ପୂର୍ବ ର ସଂପାଦକ ଗୌତମ ବୁଦ୍ଧ ସିଂହ ସାମନ୍ତ ,କୋଷାଧ୍ୟକ୍ଷ ମନୋରଂଜନ ଦାସ ,ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରଶିକା ନଦ ଘୋଷ୍ , ଶ୍ରୀମାନ ଚନ୍ଦ୍ରଶେଖର ମହାପାତ୍ର ,ବିଭାଗ ପ୍ରଚାରକ ପୁରୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସେବକ ସଂଘ ,ପୂର୍ବ ତନ ପ୍ରାଧ୍ୟାପକ ରାମଚନ୍ଦ୍ର ସାମନ୍ତରାୟ ଫକିରମୋହନ ବିଶ୍ଵବିଦ୍ୟାଳୟ , ବାଲେଶ୍ଵର , ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ସେଠୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,କଣାସ ତଥା ପରିଚାଳନା ସମିତି ର ସମସ୍ତ ସଦସ୍ୟ ଓ ସଦସ୍ୟା, ମହେଶ୍ଵର ପରିଡା , ବିଶିଷ୍ଟ ନାଟ୍ୟକାର, କବି ବିଭୁତି ଭୁଷଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଡାକ୍ତର ବିଶ୍ଵ ରଂଜନ ଜେନା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।*
*ଧରାକୋଟ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*
*ମୋ ନିଯୁଜୁ ଓଡିଶା*


