*ଶଙ୍କର ପାଣିଗ୍ରାହୀ, ପୁରୀ ମୋ ଖବର ନିଯୁଜୁ ୩୧/୧୦/୨୦୨୫ ସୄକ୍ରବାର:- ଦୀର୍ଘ ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଆୟୁଷ ଡାକ୍ତର ମାନଙ୍କୁ ସରକାର ଅବହେଳା କରି ଆସୁଥିବା ସୂଚନା ମିଳିଛି ।ଆୟୁଷ ଡାକ୍ତର ମାନେ ଦିନ ରାତି ଏକ କରି କାର୍ଯ୍ୟ ରତ ଥିଲେ ବି ସେମାନଙ୍କ ଦରମା ଗୋଟିଏ ପିଅନ ଠାରୁ ମଧ୍ୟ କମ୍ ପ୍ରଦାନ କରୁଛନ୍ତି ସରକାର।ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା ପରେ ମଧ୍ୟ ସରକାର ଏପର୍ଯ୍ୟନ୍ତ MHU, RBSK, Colocated ଆୟୁଷ ଡାକ୍ତର ଙ୍କ ଦରମା ବୃଦ୍ଧି ଏବଂ ନିୟମିତ ହୋଇନଥିବା ଜଣାପଡିଛି ।ବିଗତ ୨୪ ବର୍ଷ ହେଲା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଆୟୁଷ ଡାକ୍ତର ମାନେ ଓଡିଶା ର ଜନସାଧାରଣ ଙ୍କ ନିରବଛୀର୍ଣ୍ଣ ଭାବେ ସେବା କରିଆସୁଛନ୍ତି । ବହିରବିଭାଗ ରେ ରୋଗୀ ସେବା ଅପାତ୍ତାକାଳୀନ ସେବା ଜାତୀୟ ସ୍ୱାସ୍ଥ୍ୟ ମିସନ ଅନ୍ତର୍ଗତ ସମସ୍ଥ କାର୍ଯ୍ୟକ୍ରମର ତଦାରଖ ଏବଂ ସୁପରିଚାଳନା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ପରିଚାଳନା ଏବଂ ତଦାରଖ, ବନ୍ୟା ବାତ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯୟ ସମୟରେ ସ୍ୱାସ୍ଥ୍ୟ ସେବା, ୦ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ କୈଶୋର ମାନଙ୍କ ରୋଗ ପରୀକ୍ଷା ଏବଂ ଔଷଧ ବିତରଣ, ଦୁର୍ଗମ ଅଞ୍ଚଳରେ ରୋଗୀ ସେବା ଔଷଧ ବିତରଣ, ସମସ୍ଥ ସରକାରୀ ବେସରକାରୀ ମେଳା ରାଜନୈତିକ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ସେବା, ମହାମାରୀ ସମୟରେ ରୋଗୀସେବା ଯୋଗାଇ ଆସୁଛନ୍ତି ।ଏଲୋପାତିକ ଡାକ୍ତର ମାନଙ୍କ ଅନୁପସ୍ଥିତ ରେ ଅଧିକାରୀ ମାନେ ଆୟୁଷ ଡାକ୍ତରଙ୍କୁ ନିଜ ଇଛା ଅନୁସାରେ କାମ ଦେଇ ନିର୍ଯାତନା ଦେଉଛନ୍ତି ।ଗତ ୨୯ ଜୁଲାଇ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ଆୟୁଷ ଡାକ୍ତର ମାନେ ଭେଟିବା ପରେ ସେ ଏହି ମୌସମୀ ଅଧିବେଶନ ପୂର୍ବରୁ ଆୟୁଷ ଡାକ୍ତର ଙ୍କ ଦରମା ଦୁଇଗୁଣା ହେବ ବୋଲି ପ୍ରତିଶୁତି ଦେଇଥିଲେ ।ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୁତି ଦେଇଥିଲେ ତାହା କୌଣସି ଫଳପ୍ରଦ ହୋଇନାହିଁ ବୋଲି କାହଁଥିଲେ ।ବିଗତ ୨୪ ବର୍ଷ ହେଲା ଆୟୁଷ ଡାକ୍ତର ମାନେ ମାନସିକ ଆର୍ଥିକ ନିର୍ଯାତନା ଭୋଗୁଥିଲେବି ପୂର୍ବ ବିଜେଡି ସରକାର ଓ ବର୍ତ୍ତମାନର ଡବଲ ଇଞ୍ଜିନ ବିଜେପି ସରକାର ପ୍ରତିଶୁତି ଦେଇ ପ୍ରତାରଣା କରୁଛନ୍ତି, ଯାହା ଦୁଃଖ ଓ ପରିତାପର ବିଷୟ ପାଲଟିଛି ।ପ୍ରକାଶ ଥାଉ କି ଗତ ଜୁନ ୬ ତାରିଖ ରେ ଜନସେବା ଭବନ ରେ ସ୍ୱାସ୍ଥ୍ୟ ସଚିବ ଙ୍କ ଅଧକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ସେହି ବୈଠକ ରେ ଆୟୁଷ ନିର୍ଦେଶକ ,ଆୟୁଷ ଉପ ନିର୍ଦେଶକ,ମିଶନ ନିର୍ଦେଶକ,ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ,ସ୍ୱାସ୍ଥ୍ୟ ନିର୍ଦେଶକ ଏବଂ ସ୍ୱାସ୍ଥ୍ୟ ବିଭାଗର ବହୁତ ଅଧିକାରୀ ଉପସ୍ଥିତ ଥିଲେ ।ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି ଓ ନିୟମିତ କରଣ ବିଷୟରେ ଆଲୋଚନା ହୋଇଥିଲା କିନ୍ତ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ ।ଗତ ଅଗଷ୍ଟ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚିବ ମୁଖ୍ୟ ଶାସନ ସଚିବ ଆୟୁଷ ନିର୍ଦ୍ଦେଶକ ସ୍ବାସ୍ଥ୍ୟ ମିଶନର ନିର୍ଦେଶିକା ସ୍ବାସ୍ଥ୍ୟ ମନ୍ତ୍ରୀ ଆୟୁଷ ବିଭାଗ ସହ ଜଡ଼ିତ ଥିବା ଅଧିକାରୀ ମାନଙ୍କ ସହ ଏକ ଜରୁରୀ ବୈଠକ କରି ଆୟୁଷ ଡାକ୍ତରଙ୍କ ନିୟମିତ ଆୟୁଷ ଡାକ୍ତର ଭଳି ଦରମା ବୃଦ୍ଧି ଏବଂ ନୀୟମିତକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ ।ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତିଶୁତି ଦେଲେ ମଧ୍ୟ ସେ ଆୟୁଷ ଡାକ୍ତର ଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ।ବିଜେଡି ସରକାର ଅମଳରେ ଡ଼ ମୁକେଶ ମହଲିଂଗ ଆୟୁଷ ଡାକ୍ତର ଙ୍କ ସମସ୍ୟା ବିଧାନସଭା ରେ ଉଠାଇଥିଲେ କିନ୍ତୁ ଏବେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ନିଜ ସରକାର ଆସିବା ପରେ ନିଦା ବିଷ୍ଣୁ ପାଲଟି ଯାଇଛନ୍ତି .ନୂଆପଡ଼ା ର ଆୟୁଷ ଡାକ୍ତର ମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନୂଆପଡ଼ା ରେ ଦେଖା ହୋଇ ଥିଲେ.ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ ନୂଆପଡ଼ା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଆୟୁଷ ଡାକ୍ତର ଙ୍କ ସମସ୍ୟା ସମାଧାନ ହେବ .ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ବିଜେପି ସରକାର ଙ୍କ ଉପରେ ଆୟୁଷ ଡାକ୍ତର ମାନକର ଭରସା ଅଛି।ଆଗାମୀ ଦିନରେ ଆୟୁଷ ଡାକ୍ତର ମାନେ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ର ଅଧ୍ୟକ୍ଷ ଡକ୍ଟର ବିଶ୍ବରଂଜନ ଜେନା,ଆବାହକ ଡକ୍ଟର ଦେବବ୍ରତ ବାରିକ ସଭ୍ୟ ସମ୍ପାଦକ ଡକ୍ଟର ହିମାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି ।*
*ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*
*ମୋ ନିଯୁଜୁ ଓଡିଶା*


