*ଶଙ୍କର ପାଣିଗ୍ରାହୀ,ଲେଙ୍ଗମା ମୋ ଖବର ନିଯୁଜୁ ୨୯/୧୦/୨୦୨୫ ବୁଧବାର:- ଆଜି ବାତ୍ୟା ମୋନ୍ଥାର ପ୍ରଭାବ ଧରାକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତ ସ୍ତିତ ଲେଙ୍ଗମା ଗ୍ରାମରେ ଦେଖିବାକୁ ମିଳିଛି |ଉକ୍ତ ଗ୍ରାମର ଉପର ସହିରେ ତିନୋଟି ଗୁହାଳ ଘର ଦୁଇ ଦିନର ଲଗାନା ବର୍ଷା ଫଳରେ ଧରାଶାୟୀ ହୋଇଥିବା ବେଳେ ଅନେକ ଜମିରେ ଧାନ ଫସଲ ପାଣିରେ ପଡି ଯାଇଥିବା ଜଣାପଡିଛି |ଉକ୍ତ ଘଟଣା ୨୮ ତାରିଖ ରାତ୍ରି ସମୟରେ ଘଟିଥିବାବେଳେ ଗୁହାଳ ମାଲିକ ଦୀନବନ୍ଧୁ ଗୌଡ଼,ମନାସ ଗୌଡ଼ ଓ ପୁନିଆ ଗୌଡ଼ଙ୍କ କହିବା ଅନୁସାରେ ଉକ୍ତ ଗୁହାଳରେ ତାଙ୍କର ଗାଈ ବଳଦ ଓ ଛେଳି ରହୁଥିଲେ ବର୍ତମାନ ଗୁହାଳଟି ଭାଙ୍ଗି ଯାଇଥିବା ଯୋଗୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ | ଉକ୍ତ ଲୋକମାନେ ଗାଈ ବଳଦ ଓ ଛେଳି ରଖିବା ବହୁତ କଷ୍ଟକର ହେବା ନେଇ କହିଥିଲେ, ଘଟଣାକୁ ନେଇ ସେମାନେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ସରପଞ୍ଚଙ୍କ ଖବର ଦେବାସହ ମାଣିକ୍ୟପୁର ଆର.ଇ ଙ୍କୁ ଖବର ଦେଇଥିଲେବି ସନ୍ଧ୍ୟା ସୁଧା ଆର.ଇ. ଘଟଣା ସ୍ଥଳରେ ପହଁଚିନଥିବା ଜଣା ପଡିଛି | ଆମ ଚାନେଲ ମଧ୍ୟମରୁ ଆମେ ଆର.ଇ.ଙ୍କୁ ସମ୍ପର୍କ କରିଥିଲେବି ତାହାର କୌଣସି ପ୍ରତିକ୍ରିୟା ମିଳିନଥିଲା | ଖବର ଥାଉକି ଯଦି ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଧିକାରୀ ଗ୍ରାମରେ ପହଁଚି ସ୍ତିତି ଅନୁଧ୍ୟାନ ନକରନ୍ତି ତାହାହେଲେ ହିତା ଧିକାରୀ ମାନେ ନିଜ କ୍ଷୟକ୍ଷତିର କ୍ଷତି ପୂରଣ ପାଇବାରୁ ବଞ୍ଚିତ ହେବେ ଏହା ପ୍ରତି ପ୍ରଶାସନଙ୍କ ଦୃଷ୍ଟି ନିହାତି ପଡିବା ଆବଶ୍ୟକ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି |*
*ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*
*ମୋ ନିଯୁଜୁ ଓଡିଶା*


