ମହେନ୍ଦ୍ରଗିରି ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଯୌନ ସଚେତନତା ଆଇନ ଉପରେ ଏକ କାର୍ଯ୍ୟକ୍ରମ (ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :ସମାଜରେ ଦିନକୁ ଦିନ ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ଅପରାଧ ଉପରେ କିପରି ରୋକ ଲଗାଯାଇପାରିବ ତଥା କିପରି ଶିଶୁମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରାଯାଇପାରିବ ସେ ନେଇ ଆଜି ଦିବା ୩.୩୦ ଘଟିକାରେ ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଯୌନ ସଚେତନତା ଆଇନ ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ (POCSO-ପୋକ୍ସ) ଆକ୍ଟ ତଥା ପୀଡ଼ିତଙ୍କ ନିମନ୍ତେ ରହିଥିବା ଭରଣ ପୋଷଣ ବ୍ୟବସ୍ଥା ଓ ୨୦୧୮ ମସିହାରେ ଜାତୀୟ ଆଇନ ପ୍ରାଧିକରଣଙ୍କ ଦ୍ୱାରା ପ୍ରସ୍ତୁତ ଆଇନ ବିଷୟରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଚେତନ କରାଯାଇଥିଲା।ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ  ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ନିୟମକାନୁନ ଓ ଆଇନ ସଚେତନତାର ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିଲା। ଏହି ଅବସରରେ ଗଜପତି ଜିଲ୍ଲାର ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର  ରାଜେଶ କୁମାର ମିଶ୍ର, ପ୍ରସିକ୍ୟୁସନ ବିଭାଗର ସହାୟକ ନିର୍ଦେଶକ  ଡ଼ି. ଅନୁପରାଜ ଆଚାରୀ, ବରିଷ୍ଟ ଆଇନ ଯିବି ଆର୍. ବାବୁ ରାଓ,  ଜି. ଚିତି ବାବୁ, ଏବଂ ସ୍ଥାନୀୟ ପ୍ରଧାନ ଶିକ୍ଷକ  ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନ ତଥା ବୈଷୟିକ ବିଜ୍ଞାନର ଆଜିର ଦୁନିଆରେ ଥିବା ପ୍ରାସଙ୍ଗିକତା ବିଷୟରେ ଅବଗତ କରାଇବା ସହ ନିଜ ଅଧିକାର ବିଷୟରେ ସଚେତନ ହୋଇ ସମାଜକୁ ସୁରକ୍ଷିତ କରିବାକୁ ଏକ ବାର୍ତ୍ତା ଦେଇଥିଲେ।

Post a Comment

Previous Post Next Post