ଢଉପଦା ଗ୍ରାମର ମାଣିକେଶ୍ବରୀ ପୀଠ ଆୟୋଜିତ ମହା ଅଷ୍ଟମୀ ପୂଜା ସମାପନ


ଶଙ୍କର ପାଣିଗ୍ରାହୀ,ଧରାକୋଟ, ଢଉପଦା ୩୦/୦୯/୨୦୨୫:- ସାରା ଭାରତ ବର୍ଷରେ ନାବରାତ୍ରୀର ପାର୍ବଣ ଚାଲିଥିବା ବେଳେ ଆଜି ଧରାକୋଟ ବ୍ଲକ ଢଉପଦା ଗ୍ରାମରେ ଶ୍ରୀଶ୍ରୀଶ୍ରୀ ମା ମାଣିକେଶ୍ବରୀଙ୍କ ଦୁଇ ଦିନ ଧରି ଚାଲିଥିବା ମହା ଅଷ୍ଟମୀ ପୂଜା ସମାପନ ହୋଇ ଯାଇଛି | ଉକ୍ତ ପୂଜାରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ.ଉତ୍ତମ ପାଣିଗ୍ରାହୀ ଯୋଗ ଦେଇ ମାଙ୍କ ଆସରିବାଦ ପ୍ରାପ୍ତ କରିଥିବା ଦେଖିବାକୁ ମିଳିଛି | ଢଉପଦା ଗ୍ରାମବାସୀ ଓ ବଢାଯାତ ସମାଜର ସମସ୍ତ ଜନସାଧାରଣ ଓ ସମସ୍ତ କମିତିଙ୍କ ମିଳିତ ଅନୁକୁଲ୍ୟରେ ସମସ୍ତ ନୀତିକାନ୍ତି ସହିତ ମହା ଅଷ୍ଟମୀ ପୂଜା ଅନୁଷ୍ଠିତ କରିଥିବା ଦେଖିବାକୁ ମିଳିଛି | ଉକ୍ତ ଉଛବରେ ନାମ ଜ୍ୟଜ୍ଞ,ଅର୍ଣ୍ଣ ଜ୍ୟଜ୍ଞ,ଘୃତ ଜ୍ୟଜ୍ଞ,ନଗର ପରିକ୍ରମା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲସ ଉକ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା |


ଧରାକୋଟ ରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ 

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post