ବାହାର ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ସାନଘାଟିରେ ଚଢ଼ାଉ କରି ଜବତ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସାନ ଘାଟିରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ।ଗୁରୁବାର ବ୍ରହ୍ମପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ଏନେଇ ସୂଚନା ଦିଆଯାଇଛି। ୫୫ କେଜି ଗଞ୍ଜେଇ ସହ ୩ ଟି ୪ ଚକିଆ ଗାଡି, ଗୋଟିଏ ବାଇକ୍, ୬ ଟି ମୋବାଇଲ ଫୋନ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ଗୁଇନ୍ଦା ବିଭାଗ। କନ୍ଧମାଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସାନଘାଟିରୁ ଜବତ କରାଯାଇଛି ।ଅଭିଯୁକ୍ତ ମାନଙ୍କ ମଧ୍ୟରେ ୩ ଅଭିଯୁକ୍ତ କନ୍ଧମାଳର ହୋଇଥିବା ବେଳେ ଅନ୍ଯ ୩ ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।ଏନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୃତିକାନ୍ତ ରାଉତ କହିଛନ୍ତି।

Post a Comment

Previous Post Next Post