ଶ୍ରୀଶ୍ରୀଶ୍ରୀ ମା ମାଣିକେଶ୍ବରୀଙ୍କ ମହାଅଷ୍ଟମୀ ପୂଜା ଆରମ୍ଭ

 


ଶଙ୍କର ପାଣିଗ୍ରାହୀ ଢଉପଦା ୨୮/୦୯/୨୦୨୫ ରବିବାର :- ଧରାକୋଟ ବ୍ଲକ ସ୍ଥିତ ଢଉପଦା ଗ୍ରାମରେ ମହା ନବରାତ୍ରି ଅବସରରେ ସପ୍ତମୀ ଓ ଅଷ୍ଟମୀ ଦୁଇ ଦିନ ଧରି ମହା ଆଡମ୍ବରରେ ଶ୍ରୀଶ୍ରୀଶ୍ରୀ ମା ମାଣିକେଶ୍ବରୀଙ୍କ ମହାଅଷ୍ଟମୀ ପୂଜା ଅନୁଷ୍ଠିତ | ଉକ୍ତ ଦୁଇଦିନ ଯାତ୍ରାରେ ଢଉପଦା ଗ୍ରାମବାସୀଙ୍କ ସହ ବଢ଼ାୟତ ସମାଜର ସମସ୍ତ ପରିବାର ଓ କର୍ମ କର୍ତା ଉପସ୍ଥିତ ରହିବା ସହ ଅଞ୍ଚଳର ସମସ୍ତ ଜନସାଧାରଣ ଉପସ୍ଥିତ ହେବ ସୂଚନା ମିଳିଛି | ଯାତ୍ରାର ପ୍ରଥମ ଦିନ କଳସ ଯାତ୍ରା, କଳସ ସ୍ଥାପନ,ଅଙ୍କୁରା ରୋପଣ, ନାମ ଯଜ୍ଞ୍ୟ ଓ ଅର୍ଣ୍ଣ ଯଜ୍ଞ୍ୟ ପରବର୍ତୀ ଦିନ ମହାଅଷ୍ଟମୀରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ନାମ ସମ୍ପୂର୍ଣ,ରାତ୍ରି ୮ ଘଣ୍ଟା ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ମାଙ୍କ ମହା ଅଷ୍ଟମୀ ପୂଜା ଓ ପୂର୍ଣ୍ଣାହୁତି ରାତ୍ରି ୧୧:୩୦ମି.ରେ ମାଙ୍କ ନଗର ପରିକ୍ରମା ପରିଶେଷରେ ମା ଯାତ୍ରା ସମାପନ କରି ନିଜ ଆସ୍ଥାନକୁ ବିଜେ କରିବା କାର୍ଯ୍ୟକ୍ରମ ଥିବା ସୁଷଣ ମିଳିଛି |  


ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ 

      ମୋ ନିଯୁଜୁ ଓଡିଶା

Post a Comment

Previous Post Next Post