( ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ଆମ୍ବପୁଆ ସ୍ଥିତ ବ୍ରହ୍ମପୁର ସିଟି ମହାବିଦ୍ୟାଳୟରେ ବୈଷୟିକ ବିଜ୍ଞାନ ବିଭାଗ ତରଫରୁ ରୁ ‘ସାଇବର ସିକ୍ୟୁରିଟି’ ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ଯକ୍ଷ ଡ.ଜୟନ୍ତ ବାନାର୍ଜୀଙ୍କ ସଭାପତିତ୍ୱରେ ପାଠଚକ୍ରର ଶୁଭାରମ୍ଭ ହୋଇଥିଲା । ଛାତ୍ରୀଗଣଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ବିଭାଗର ମୁଖ୍ୟା ଶ୍ରୀମତି ମଧୁସ୍ମିତା ପଟ୍ଟନାୟକ ସ୍ଵାଗତ ସମ୍ଭାଷଣ ସମ୍ଭା ପ୍ରଦାନ କରିଥିଲେ । ଏହା ପରେ ବର୍ତମାନ ସମାଜରେ ଜନସାଧାରଣ କିପରି ବିଭିନ୍ନ ପ୍ରକାର ସାଇବର ଠକେଇରୁ ନିଜକୁ ମୁକ୍ତ ଓ ସୁରକ୍ଷିତ ରଖିବେ ଏହି ବିଷୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମହାଶୟ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଗୋପାଳପୁର ବିଜ୍ଞାନ ମହାବିଦ୍ୟାଳୟର ବୈଷୟିକ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଅବିନାଶ ମିଶ୍ର ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ସାଇବର କ୍ରାଇମ୍ ବିଷୟରେ ସୂଚନା ଓ ଏହାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ମୁଖ୍ୟ ଅତିଥି ଏସ୍.ଟି.ପି.ଆଇର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ସେଠୀ ସାଇବର କ୍ରାଇମ ଇମରୁ କିପରି ନିବୃତ ରହିବାର ସଚେତନ ବାର୍ତା ପ୍ରଦାନ କରିଥିଲେ । ବିଭାଗର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ନିବନ୍ଧ ପି.ପି.ଟି ମାଧ୍ୟମରେ ପାଠ କରିଥିଲେ ଏବଂ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ ସହ ସ୍ଵାଗତ ତଥା ସମ୍ବନ୍ଧିତ କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ତଥା ଛାତ୍ରଛାତ୍ରୀଗଣ ପାଠଚକ୍ରରେ ଯୋଚ ପାଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ବିଭାଗର ଛାତ୍ର ଶ୍ରୀତମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


