(ମୋ ନ୍ୟୁୁଜ ଓଡ଼ିଶା)
ବୁଗୁଡ଼ା,୧୬/୦୮(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମ ପଞ୍ଚାୟତ ନିକଟସ୍ଥ ଡାକରାବାଡି ଗ୍ରାମରେ ଘଟିଛି ଏହିଭଳି ଅଭାବନୀୟ ଘଟଣା।ମୃତକ ଜଣକ ହେଲେ ଡ଼ାକରାବଡି ଗ୍ରାମର ଶଙ୍କର ପ୍ରଧାନ (40)।ସୁଚନା ମୁତାବକ ମୃତ ଶଙ୍କର ପ୍ରଧାନ ନିଜ ଜମିରୁ ଫେରି ପୋଖରୀରେ ଗାଧୋଉଥିବାବେଳେ ପୋଖରୀରେ ବୁଡି ଯାଇଥିଲେ ।ବୁଗୁଡା ପୋଲିସ୍ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ମୃତ ଦେହ ଉଦ୍ଧାର କରି ବୁଗୁଡ଼ା ମେଡ଼ିକାଲ ନେଇ ଥିଲେ ସେଠାର ଡ଼ାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଛନ୍ତି ।ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି, ଶବ ବ୍ୟବଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ମିଳିଛି ।
Tags:
ଆଞ୍ଚଳିକ