କନ୍ଧମାଳ: ୧୮/୦୮/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଆତ୍ମା, କନ୍ଧମାଳ ର ସହଯୋଗରେ ସ୍ୱାତୀ ଅନୁଷ୍ଠାନ ଦ୍ୱାରା ପରିଚାଳନା କରାଯାଉଥିବା ଶ୍ରୀଅନ୍ନ ଅଭିଯାନ ଓ ସ୍ୱତନ୍ତ୍ର ମିଶ୍ରିତ କୃଷି କାର୍ଯ୍ୟକ୍ରମ କୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚିତରଞ୍ଜନ ଶତପଥି ଦ୍ୱାରା କ୍ଷେତ୍ର ପରିଦର୍ଶନ ଓ ସମିକ୍ଷା କରାଯାଇଥିଲା । କ୍ଷେତ୍ର ପରିଦର୍ଶନ ସମୟରେ ମାଣ୍ଡିଆ ଚାଷ କିପରି ଅଧିକ ଉତ୍ପାଦନ ଓ ଚାଷୀ ମାନଙ୍କୁ ଭଲ ରୋଜଗାର ହୋଇପାରିବ, ସେହିଦିଗରେ ଚାଷି ମାନଙ୍କ ସହିତ ଆଲୋଚନା କରିଥିଲେ । ମାଣ୍ଡିଆ ଉତ୍ପାଦନ କରୁଥିବା ଅଗ୍ରଣୀ ଚାଷୀ ମାନଙ୍କୁ ଚାଷ ର ସରଳ ପ୍ରଣାଳି ଯଥା ଠିକ ସମୟରେ ଉଇଡର ବିଲରେ ଚଳାଇ କିପରି ଅଧିକରୁ ଅଧିକ ପିଲ ସୃଷ୍ଟି କରିବା କହିଥିଲେ । ଏହା ସହିତ ସ୍ୱତନ୍ତ୍ର ମିଶ୍ରିତ କୃଷି ଯୋଜନାରେ ସୁଗଡବାଡି ପଂଚାୟତ ରେ ଦେଶୀ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ବୁଲିଦେଖିଥିଲେ ଓ ଟ୍ରେଲିସ ଉପାୟରେ କିପରି ଚାଷିମାନେ ଲଟାଜାତିୟ ପରିବା ଚାଷ ଜହ୍ନି, କଲରା, ବିନ୍ସ ଆଦି ଫସଲ ସହିତ ଅନ୍ତ ଚାଷ କରି ନିଜର ରୋଜଗାର ବଢାଇଛନ୍ତି, ତା ମାଧ୍ୟମରେ ନିଜର ପିଲାଙ୍କୁ ଉତମ ଶିକ୍ଷା ଓ ଘରରର ଆର୍ଥିକ ସ୍ୱଛଳ କରିଛନ୍ତି ହିତାଧିକାରୀ ଙ୍କ ପାଖରୁ ଶୁଣି ନିଜର ଖୁସିବ୍ୟକ୍ତ କରିଥିଲେ । ଏହା ପରେ ସ୍ୱାତୀ, ପ୍ରଦାନ ଓ ଏନ୍.ସି.ଏନ୍.ଫ. ମିଳିତ ଉଦ୍ୟମରେ ଦେଶୀ ବା ପାରମ୍ପରିକ ଉପଚାର ମାଧ୍ୟମରେ ପସୁ ସମ୍ପଦ (ଛେଳି ଓ କୁକୁଡା) ଯତ୍ନ କର୍ମଶାଳା ରେ ଯୋଗଦେଇ, ଦେଶୀୟ ଚିକିତ୍ସା ର ଉପକାରିତା ବିଷୟରେ ଉପସ୍ଥିତ ଥିବା ଅଗ୍ରଣୀ ଛେଳି ଓ କୁକୁଡା ଚାଷୀ ମାନଙ୍କୁ ନିଜର ଅନୁଭୁତି କହିଥିଲେ । ପାରମ୍ପରିକ ପଶୁ ଚିକିତ୍ସା ବିଷୟରେ ମୁଖ୍ୟ ପ୍ରଶିକ୍ଷକ ପ୍ରଦାନ ଅନୁଷ୍ଠାନ ର ଅଜିତ କୁମାର ନାୟକ ଚାଷି ମାନଙ୍କୁ ପାରମ୍ପରିକ ଚିକିତ୍ସା ଉପଚାର ବିଷୟରେ କହିଥିଲେ । ଗୋଟେ ମାଇ ଛେଳି କିପରି ବର୍ଷକୁ ସବୁ ଖର୍ଚ୍ଚ ଯାଇ ୧୦୦୦୦ ଟଙ୍କା ରୋଜଗାର ଦେବ ସେହିଦିଗରେ ଚାଷି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସ୍ୱାତୀ ର ସଂପାଦକ ଇଂ ହରିଶଙ୍କର ରାଉତ ଚାଷୀ ମାନଙ୍କର ସମସ୍ୟା ଦିଗରେ କିପରି ନୂତନ କୈାଶଳ ଆପଣେଇ ଆଗମି ଦିନରେ ଛେଳି ବ୍ୟାଙ୍କ ଭଳି ଅଭିନବ ଉପାୟରେ ଅଧିକରୁ ଅଧିକ ଚାଷୀ ମାନଙ୍କୁ ଲାଭାନ୍ୱିତ କରିହେବ ସେଥିପ୍ରତି ଚେଷ୍ଟା କରିବେ ବୋଲି କହିଥିଲେ । ସ୍ୱାତୀ ଅନୁଷ୍ଠାନ ର କର୍ମୀ ବିଶ୍ୱରଞ୍ଜନ ଦଳବେହେରା, ଅନ୍ନପୁଣ୍ଣା ପ୍ରଧାନ, ମିନାକ୍ଷୀ ଦାସ, ଜୟରାମ ମଲ୍ଲିକ ଓ କୃଷି ଉତ୍ପାଦକ ଗୋଷ୍ଠି ର କାର୍ଯ୍ୟର୍ନିବାହି ଅଧିକାରୀ ହୃଶିକେଶ ଆମାୟତ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।