(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ସ୍ଥାନୀୟ ଲାଞ୍ଜିପଲ୍ଲୀ 37 ନମ୍ବର ୱାର୍ଡ ଆନନ୍ଦ ବିହାର ଠାରେ ଗଣେଶ ପୂଜା ଅବସରରେ କମିଟି ପକ୍ଷରୁ ନୁଆଁ ଢାଞ୍ଚାରେ ମେଢ଼ ଓ ମଣ୍ଡପ ତିଆରି କରି କମିଟି ପକ୍ଷରୁ ଉଚ୍ଚତା ବିଶିଷ୍ଟ ଅବତାରେ ଗଣେଶ ଚତୁର୍ଥୀ ପୂଜା ମହାଆଡମ୍ବର ସହ ପାଳନ କରାଯାଇଛି । ତିନି ଦିନ ପର୍ଯ୍ୟନ୍ତ ଏହି ମଣ୍ଡପରେ ବିନାୟକ ପୂଜା ପାଇବେ ସୂଚନା ରହିଛି । ପ୍ରତିବର୍ଷ କିଛି ନୂଆ ନୂଆ ଢାଞ୍ଚାରେ ଏଠାରେ ପୂଜା କରାଯାଉଛି । ଦିର୍ଘ ତିନି ବର୍ଷ ହେଲା ଏହି କମିଟି ପକ୍ଷରୁ ପୂଜା ହୋଇ ଆସୁଛି । ଆନନ୍ଦ ବିହାର ଉନ୍ନୟନ କମିଟିର ସଭାପତି ସୁଶାନ୍ତ କୁମାର ନନ୍ଦ, ଉପ ସଭାପତି ଚନ୍ଦ୍ରମଣି ବାରିକ, ମୁଖ୍ୟ ଉପଦେଷ୍ଟା ଭବାନି ଶଙ୍କର ପ୍ରଧାନ, ଆଇନ ଉପଦେଷ୍ଟା ଠାକୁର ପ୍ରସାଦ ପାତ୍ର, ସମ୍ପାଦକ ବାଳକୃଷ୍ଣ ଚୌଧୁରୀ, ସହ ସମ୍ପାଦକ ଜଗନ୍ନାଥ ପ୍ରଧାନ, କୋଷାଧକ୍ଷ ବି. ଲାଚ୍ଛାମାୟା ରେଡ୍ଡୀ, ସାଙ୍ଗଠନିକ ସମ୍ପାଦକ ସଚ୍ଚିଦାନନ୍ଦ ପତିଙ୍କ ଦ୍ୱାରା ସମସ୍ତ ସାହିର ବହୁ ଶ୍ରଦ୍ଧାଳୁ ଶ୍ରୀ ଗଜାନନ ଙ୍କ ପୂଜାରେ ଉପସ୍ଥିତ ରହି ପୁଷ୍ପ ଓ ଆରତୀ ଦେଇ ଗଣେଶ ଙ୍କୁ ଆରଧନା କରିଥିଲେ I ପୂଜା ଶେଷରେ ଆନନ୍ଦ ବିହାର ଉନ୍ନୟନ କମିଟି ସଭାପତିଙ୍କ ଦ୍ୱାରା ଭଜନ ସମାହାର ଅନୁଷ୍ଠିତ ହୋଇଥିଲା I ପ୍ରଥମେ ସଭାପତି ଭଜନ ଗାନ କରି ଲୋକମାନଙୁ ଉଲ୍ଲା ସିତ କରିଥିଲେ I ଶେଷରେ
କମିଟିର ବହୁ ସଦସ୍ୟ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମ କୁ କମିଟି ଦ୍ବାରା ଶ୍ରୁଙ୍ଖଳିତ ଭାବେ ସୁପରିଚାଳନା କରାଯାଇଥିଲା।


