ଭଞ୍ଜନଗର : ସ୍ଥାନୀୟ ବେଲଗୁଣ୍ଠାରୋଡ଼ସ୍ଥିତ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ମାସିକ ଆସର ଓ ପୁସ୍ତକ ଚର୍ଚ୍ଚା ସଂସଦର ସଭାପତି ଡ. ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ। ମୁଖ୍ୟ ଅତିଥି ଭାବେ ଭଞ୍ଜ ଗବେଷକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର କମ୍ବୁପାଣି ସାମନ୍ତ, ମୁଖ୍ୟବକ୍ତା ଭାବେ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ତଥା ଶିକ୍ଷକ ନେତା ସନ୍ତୋଷ କୁମାର ଜେନା, ପୁସ୍ତକ ସମୀକ୍ଷକ ଭାବେ ଯୁବ ସାହିତ୍ୟିକ ଡାକ୍ତର କାର୍ତ୍ତିକେଶ୍ୱର ଜେନା ଉପସ୍ଥିତ ରହି ଓଡ଼ିଆ ସାହିତ୍ୟର ଅସ୍ମିତା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଜଗନ୍ନାଥଙ୍କ ମହାନ ସଂସ୍କୃତି ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ମୁଖପତ୍ର ତ୍ରୈୟମାସିକ ପତ୍ରିକା ‘ଲୋହରାଖଣ୍ଡି’ର ଅପ୍ରେଲ - ଜୁନ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ସଂସଦର ସଦସ୍ୟା ଶୁଭସ୍ମିତା ଦାଶ ଅତିଥି ଆହ୍ୱାନ କରିଥିôବାବେଳେ ସୁଶ୍ରୀ ବିଶ୍ୱଜିତା ରାଉତରାୟ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସହ-ସମ୍ପାଦକ ତ୍ରିନାଥ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କବୀ ତଥା ସଂସଦର ସଦସ୍ୟା ସୁଜାତା ଷଡ଼ଙ୍ଗୀଙ୍କ ପୁସ୍ତକ ‘ଛାଇ ପରେ କେହି ଜଣେ’କୁ ସମୀକ୍ଷା କରିଥିଲେ ଡ଼ାକ୍ତର ଜେନା। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ସଂସଦର ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ‘କବିତାରେ ଦେଶପ୍ରେମ’ ଅନୁଷ୍ଠିତ ହୋଇଥିଲା। ସଂସଦର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା କବିତା ସଂଯୋଜନା କରିଥିଲେ। ପର୍ଯ୍ୟାୟ କ୍ରମେ ୫ଜଣ ଲେଖାଏଁ କବି ମଞ୍ଚାସୀନ ହୋଇ ୨୫ରୁ ଉର୍ଦ୍ଧ୍ୱ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ। କବିତା ଆସରରେ ବରିଷ୍ଠ କବି ପ୍ରଶାନ୍ତ ମହାନ୍ତି ଏବଂ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜର କଇଁଣ୍ଡି ପରିଷଦର ସଭାପତି ତଥା ଶିକ୍ଷକ ନେତା ଜଗବନ୍ଧୁ ଜେନା ଉପସ୍ଥିତ ରହି ସମସ୍ତ କବିମାନଙ୍କୁୁ ସମ୍ବର୍ଦ୍ଧିତ କରିଥିଲେ। ସଦସ୍ୟ ପ୍ରଫୁଲ୍ଲ କୁମାର ମହାରଣା, ନବ ବିଷୋୟୀ, ପାର୍ଥସାଇ ବେବର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସହ-ସମ୍ପାଦିକା ରଞ୍ଜୁଲତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।