(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର :ମୋ ନିୟୁଜ ଓଡିଶା କୁକୁଡାଖଣ୍ଡି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମିତି ବୈଠକ ଗୃହରେ ଅନୁଷ୍ଟିତ ହୋଇଥିଲା। କୁକୁଡ଼ାଖଣ୍ଡି ବ୍ଲକରେ ଦୁଇ ଥର ଲେଖାଁଏ ବ୍ଲକ ଅଧ୍ୟକ୍ଷ ହୋଇ ଲୋକଙ୍କୁ ସେବା ଯୋଗାଇ ଆସିଥିବା ସ୍ୱର୍ଗତ କାମାକ୍ଷା ପ୍ରସାଦ ପାତ୍ରଙ୍କ ବ୍ଲକ ପ୍ରତି ରହିଥିବା ତାଙ୍କ ଅବଦାନକୁ କେହି ଭୁଲି ପାରିନଥିବା ବେଳେ। ଏହିଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ ସମସ୍ତେ ମନେ ପକାଇ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ପୁର୍ବତନ ବ୍ଲକ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର, ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନୁରାଗ ରଥ, ଭିନ୍ନକ୍ଷମ ନେତା କେ. ମଣିବାବୁ,ସରପଞ୍ଚ ସଂଘ ସଭାପତି ବଶିଷ୍ଟ ଜେନା, ଲାଠି ଯୁବ ସରପଞ୍ଚ ରାଧାମୋହନ ସେଠି, ପୁର୍ବତନ ବ୍ଲକ ସଭାପତି ସନ୍ତୋଷ କୁମାର ଚୌଧୁରୀ, ଭବାନୀ ଶଙ୍କର ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ କୈଳାଶ ବିଶୋୟୀ, ପୁର୍ବତନ କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚେନେୟା, ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ, ଚିତରଞ୍ଜନ ବିଷୋୟୀ, ବସନ୍ତ ସ୍ବାଇଁ, କାମେଶ୍ୱର ବିଶ୍ଵାଳ, ଗୌରୀ ଶଙ୍କର ପାତ୍ର, ସୁଶାନ୍ତ ପାତ୍ର, ପିଇଓ ଅଶୋକ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପିଇଓ, ବ୍ଲକ କର୍ମଚାରି, ଏମବିକେ, ସିଆରପି ମାନେ ଉପସ୍ଥିତ ଥିଲେ।