ଭାଟକୁମରଡ଼ା ସ୍ଥିତ ଶ୍ରୀ ନରସିଂହ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଦୁଇ ଜଣ ପ୍ରତିନିଧି ଭାବେ ନିଯୁକ୍ତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମରଡ଼ା ସ୍ଥିତ ଶ୍ରୀ ନରସିଂହ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଦୁଇ ଜଣ ବିଜେପି ନେତା ଖଲ୍ଲିକୋଟ ବିଧାୟକଙ୍କ  ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି । ସେମାନେ ହେଲେ ସୁନୀଲ କୁମାର ଦାସ ଓ ସୁରେନ୍ଦ୍ର ଚନ୍ଦ୍ର ଦାସ । ଏହି ଅବସରରେ ଶ୍ରୀ ନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ନରସିଂହ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ପ୍ରତିନିଧି ଭାବେ ନିଯୁକ୍ତ ହୋଇଥିବା ସୁନୀଲ କୁମାର ଦାସଙ୍କ ସମେତ ସମିତି ସଭ୍ୟ ତଥା ପୁରୁଷତ୍ତମପୁର ବ୍ଲକର ବିଧାୟକ ପ୍ରତିନିଧି କୋରାନାଥ ସ୍ୱାଇଁଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉଭୟ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ପ୍ରତିନିଧି ମାନେ ସରକାରୀ ଓ ପ୍ରଶାସନ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ଶିକ୍ଷାନୁଷ୍ଠାନର ଉନ୍ନତି ଲାଗି ଚିନ୍ତା କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ଏନେଇ ବିଧାୟକଙ୍କ ଶ୍ରୀ ସେଠୀଙ୍କୁ ଉଭୟେ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ନବନିଯୁକ୍ତ ଦୁଇ ପ୍ରତିନିଧିଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଏମାନଙ୍କ ଅମଳରେ ଉଭୟ ଶିକ୍ଷାନୁଷ୍ଠାନର ଯଥାସାଧ୍ୟ ବିକାଶ ସମ୍ଭବ ବୋଲି ଆଶା କରାଯାଉଛି । ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା, ବରିଷ୍ଠ ଶିକ୍ଷୟତ୍ରୀ ଗାୟତ୍ରୀ ଆଚାର୍ଯ୍ୟ, ରିନା କୁମାରୀ ପଟ୍ଟନାୟକ, ରଘୁନାଥ ସାହୁ, ସତ୍ୟନାରାୟଣ ବେହେରା, ଦୀନକୃଷ୍ଣ ପଟ୍ଟନାୟକ, ଖଲିଆ ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।

Post a Comment

Previous Post Next Post