ଭଞ୍ଜନଗର ମୋ ନିୟୁଜ ଓଡିଶା: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ରଘୁନାଥ ପ୍ରଧାନ ଫାଉଣ୍ଡେସନ ଏବଂ ପେସ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଟ୍ରାନ୍ସପ୍ଲାଣ୍ଟ ଚାମ୍ପିଅନ୍ସ ଲିଗ୍ରେ ଭଞ୍ଜନଗରର ଦମ୍ପତି ସମାଜସେବୀ ତଥା ସାମ୍ବାଦିକ ଚିନ୍ମୟ କୁମାର ବେବର୍ତ୍ତା ଏବଂ ତାଙ୍କର ଧର୍ମପତ୍ନୀ ଶିକ୍ଷୟିତ୍ରୀ ତଥା ସମାଜସେବୀ ପ୍ରଭାତୀ ମଞ୍ଜରୀ ବେହେରା ଅଙ୍ଗଦାନ ସଚେତନତା କ୍ଷେତ୍ରରେ କାର୍ଯ୍ୟକରି ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନୀତ ଅତିଥି ଭାବେ ମାନବ୍ୟର ବାଣିଜ୍ୟ, ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ରଘୁନାଥ ପ୍ରଧାନ ଫାଉଣ୍ଡେସନର ମୁଖ୍ୟ ତଥା ବିଜେପି ଓଡ଼ିଶା ସାଂସ୍କୃତିକ ସେଲ୍ ସଂଯୋଜିକା ଶ୍ରୀମତୀ ପିଙ୍କି ପ୍ରଧାନ ମତବ୍ୟକ୍ତ କରିଥିଲେ। ପେସ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷ ସମ୍ବିତ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମୟରେ ନିୟୁଜ ସେଭେନର ଉପସ୍ଥାପକ କୈଳାସ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅଙ୍ଗଦାନ କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ସମସ୍ତ ଅତିଥି ନିଜର ମତ ରଖିଥିଲେ। ପ୍ରକାଶଥାଉକି ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ. ପ୍ରଭାସ କୁମାର ଆଚାର୍ଯ୍ୟଙ୍କ ପ୍ରେରଣାରେ ବେବର୍ତ୍ତା ଦମ୍ପତି ୨୦୨୦ ମସିହାରେ ଅଙ୍ଗଦାନ ପାଇଁ ଶପଥ ପାଠ କରିଥିଲେ। ଅଙ୍ଗଦାନ କ୍ଷେତ୍ରରେ ଏହି ଦମ୍ପତି ଉଲ୍ଲେଖନୀୟ କାର୍ଯ୍ୟକରି ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ଯୋଗାଇ ଶପଥ ପାଠ କରାଇପାରିଛନ୍ତି।