ବ୍ରହ୍ମପୁର ଜିଲ୍ଲା ପୋଲିସର ସ୍ଵତନ୍ତ୍ର ଅପରାଧୀ ଦମନ ନୀତି, ୧୨ ଅପରାଧୀ,୧ ଖେଳନା ବନ୍ଧୁକ ସମେତ ୭ ମାଉଜର, ଜୀବନ୍ତ ଗୁଳି ସହ ମାରଣାସ୍ତ୍ର ଜବତ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ) 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପୋଲିସ ଜିଲ୍ଲାରେ ଅପରାଧୀ ଙ୍କୁ ସାବାଡ କରିବା ପାଇଁ ଚାଲିଛି ଅପରାଧୀ ବିରୋଧୀ ଅପରେସନ । ଏହି ଅପରେସନ ରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା ।ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୬ଟି ମାଉଜର, ୧୨ ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଏହା ସହିତ ୪ଟି ଖଣ୍ଡ ଜବତ ହୋଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲାର ବଡ଼ ବଜାର ଥାନା ଅଂଚଳରୁ ୪ ଅପରାଧୀ, ସଦର ଥାନା ଅଞ୍ଚଳରୁ ୪ଜଣ, ନିମଖଣ୍ଡି ଥାନା ଇଲାକାରୁ ୩ ଜଣ, ଦିଗପହଣ୍ଡି ଥାନା ଅଞ୍ଚଳରୁ ୧ଜଣକୁ ଗିରଫ କରିବା ସାହିର ସେମାନଙ୍କୁ ନିକଟରୁ ଏହି ସମସ୍ତ ମାରଣାସ୍ତ୍ର ଓ ମାଉଜର ଜବତ କରାଯାଇଥିବା ବ୍ରହ୍ମପୁର ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ୬ଷ୍ଠ ଲାଇନ୍ ର ଭାଲୁ ସାମଲ(୪୬), ଲିଙ୍ଗରାଜ ସାମଲ (୨୨), ଶଙ୍କରପୁର  ବାଉରୀ ସାହି ର ସତ୍ୟବାନ୍ ଦାସ (୨୧), ଲୋଚାପଡ଼ା ରାମକୃଷ୍ଣ ନଗର ର କେ. ପ୍ରସାଦ ରାଓ କୁ ପୋଲିସ ଗିରଫ କରିଛି। ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ମଣ୍ଟ ଗୌଡ଼ (୨୧) , ରଞ୍ଜନ ନାୟକ (୨୬), ସୁକୁଣ୍ଡା ଗ୍ରାମ ମଶାଣି ପଦର୍ ସାହିର ରାକେଶ ପାଢ଼ୀ (୨୫) , ବେନ୍ଦାଳିଆ ଗ୍ରାମ ବାଉରୀ ସାହିର ପାର୍ଥ ଦାସ (୨୨) କୁ ଗିରଫ କରିଛି ପୋଲିସ । ସେହିଭଳି ନିମଖଣ୍ଡୀ ଥାନା ପୋଲିସ ସ୍ଥାନୀୟ ଖାରବେଳ ନଗର ର ଅପରାଧୀ ଅଶୋକ କୁମାର ପାଣିଗ୍ରାହି (୩୦), ନିମଖଣ୍ଡୀ ଗ୍ରାମର ଟୁନା ନାୟକ (୨୮) , ଲକ୍ଷ୍ମୀ ନୃସିଂହ  ସାହିର ସଂଘମ୍ ପାଣିଗ୍ରାହି (୨୭) ଏବଂ ଦିଗପହଣ୍ଡି ଥାନା ପୋଲିସ ପଦ୍ମନାଭପୁର   ଗ୍ରାମର ଅପରାଧୀ ଅଜିତ ସେଠୀ କୁ ଗିରଫ କରିଛି । ଅପରାଧୀ ଙ୍କ ସହିତ ବଡ଼ବଜାର ଥାନା ପୋଲିସ ୨ଟି ମାଉଜର  ସମେତ ୪ ରାଉଣ୍ଡ ଜୀବନ୍ତ ଗୁଳି, ,ଗୋଟିଏ ଖଣ୍ଡା ଏବଂ ଗୋଟିଏ ଲୁହ ରଡ୍ ଜବତ କରିଛି । ସଦର ଥାନା ପୋଲିସ ୧ଟି ମାଉଜର , ୩ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଗୋଟିଏ ଖଣ୍ଡା ଜବତ କରିଛି । ସେହିପରି ନିମଖଣ୍ଡି  ଥାନା ପୋଲିସ ୨ଟି  ମାଉଜର ୪ଟି ଜୀବନ୍ତ ଗୁଳି  ଏବଂ ଗୋଟିଏ  ଖଣ୍ଡା ଜବତ କରିଛି । ଏହି ସମସ୍ତ ଅପରାଧୀଙ୍କ  ବିରୁଦ୍ଧରେ ବିଭିନ୍ନ  ଥାନା ରେ ଏକାଧିକ ଅପରାଧୀକ ମାମଲା

 ରହିଛି   ଗୁରୁବାର ଦିନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ବ୍ରହ୍ମପୁର ଏସପି ଡ଼ା. ସର୍ବଣା ବିବେକ ଏମ୍ ଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ଦିନରେ ପୋଲିସ ର ଏହି ଅପରାଧ ବିରୋଧୀ ଡ୍ରାଇଭ୍ ଜାରି ରହିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ସୂଚନା ପ୍ରଦାନ କରିଛନ୍ତି ।

Post a Comment

Previous Post Next Post