କୋଦଳା ବାର ଆସୋସିଏସନ ନିର୍ବାଚନ ପୁର୍ଣଚନ୍ଦ୍ର ମିଶ୍ର ସଭାପତି,ଗୋପାଳକୃଷ୍ଣ ସାହୁ ସମ୍ପାଦକ

 


କୋଦଳା,  ମୋ ନିୟୁଜ ଓଡିଶା ଶନିବାର ରାଜ୍ୟର ବିଭିନ୍ନ ବାର ଆସୋସିଏସନ ରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସକାଳ ସମୟରୁ ଏହି ନିର୍ବାଚନ ପ୍ରକ୍ରିୟା ବେଶ ସୁରୁଖୁରୁରେ ଚାଲିଥିବା ବେଳେ ଅପରାହ୍ନ ଚାରିଟା ସମୟରେ ଫଳାଫଳ ଘୋଷଣା ହୋଇଛି । ସେହିପରି କୋଦଳା ବାର ଆସୋସିଏସନ ର ସମ୍ପାଦକ ପଦଵୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କୋଦଳା ବାର ଆସୋସିଏସନ ର ସଭାପତି ଅପ୍ରତିଦ୍ବନ୍ଦି ଭାବେତିନି ଥର ଶ୍ରୀ ପୁର୍ଣଚନ୍ଦ୍ର ମିଶ୍ର,ଉପ ସଭାପତି ଶ୍ରୀ ଅବନୀ ଶଙ୍କର ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ଭାସ୍କର ସ୍ୱାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବେ ବେଳେ ସମ୍ପାଦକ ପଦବୀ ପାଈଁ ଶ୍ରୀ ସନ୍ୟାସୀ ସାହୁ, ଶ୍ରୀ ଗୋପାଳ କୃଷ୍ଣ ସାହୁ ପ୍ରତିଦ୍ବନ୍ଦୀତା କରୁଥିଲେ | ଏଥି ନିମନ୍ତେ 43 ଜଣ ଆଇନଜୀବୀ ନିଜର ମତଦାନ ସାବ୍ୟସ୍ତ କରିଥିଲେ | ତେବେ ଶ୍ରୀ ଗୋପାଳକୃଷ୍ଣ ସାହୁ 26 ଖଣ୍ଡ ଭୋଟ ପାଈ ବିଜୟ ଲାଭ କରିଥିଲେ | ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ବାର ଆସୋସିଏସନର ସମସ୍ତ ସଦସ୍ୟ | ନବ ନିର୍ବାଚିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଫୁଲ ମାଳ ଦେଇ ସ୍ୱାଗତ ଜଣାଇଥିଲେ ବାର ଆସୋସିଏସନ ର ସଦସ୍ୟ | ଏହା ସହିତ ଦୀର୍ଘ ଦିନ ଧରି ବେଗୁନିଆପଡା ବ୍ଲକ ର ତେଇଶି ଗୋଟି ପଞ୍ଚାୟତ ମଧ୍ୟରୁ ମାତ୍ର ଛଅ ଟି ପଞ୍ଚାୟତ ଏହି ବାରରେ ଅନ୍ତର୍ଭୁକ୍ତ ଥିବାରୁ ବାକି ସତର ଟି ପଞ୍ଚାୟତକୁ ଏହି ବାର ରେ ଅନ୍ତର୍ଭୁକ୍ତ କରିବା ପାଈଁ ଦାବୀ କରିଛନ୍ତି ନବ ନିର୍ବାଚିତ କର୍ମକର୍ତ୍ତା | ଏହା ସହ ବାର ରେ ଥିବା ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଈଁ ଦାବୀ କରିଛନ୍ତି ମହିଳା ଆଇନଜୀବି ମୀରାବାଈ ଦେଓ |


Post a Comment

Previous Post Next Post