ଚାନ୍ଦିପୁଟ ଇଷ୍ଟଦେବୀ ମାଁ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ସମ୍ପୁର୍ଣ୍ଣ

 


ଆର,ଉଦୟଗିରି-ମୋ ନ୍ୟୁଜ ଓଡ଼ଶା (ମନୋଜ କୁମାର ପାଢୀ)

ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ବିଜେ ଇଷ୍ଟଦେବୀ ଶ୍ରୀ ଶ୍ରୀ ମାଁ ବୁଢ଼ୀ ଠାକୁରାଣୀ ଙ୍କ ତ୍ରୟବାର୍ଷୀକ ଘଟ ଯାତ୍ରା ମହୋତ୍ସବ ଦୀର୍ଘ ସାତ ଦିନ ଧରି ପାଳିତ ହୋଇ ସମ୍ପୁର୍ଣ୍ଣ ହୋଇଛି ।‌ପୈରାଣିକ ପରମ୍ପରା ଓ କିମ୍ବଦନ୍ତୀ କୁ ଆଧାରରେ ଏହି ପୁଜା ଉତ୍ସବ ସାତ  ଦିନ ଧରି ଚାଲିଥିଲା । ଗତ ବୁଧବାର ଦିନ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ରାତିରେ ମାଆଙ୍କ ଘଟ ନିଜ ମନ୍ଦିର କୁ ପ୍ରସ୍ଥାନ କରିଛନ୍ତି। ଏହି ଅବସରରେ ଗାଁ ସାରା ରଙ୍ଗବେରଙ୍ଗର ଆଲୋକମାଳା ରେ ସୁସଜ୍ଜିତ ହେବା ସହ ଭିନ୍ନ ଭିନ୍ନ କଳାକୁଞ୍ଜ ମାନ ସାହି ସାହିରେ ପ୍ରତିଷ୍ଠିତ ହୋଇଥିଲା । ସାତଦିନ ବ୍ୟାପି ଚାଲିଥିବା ଯାତ୍ରା ରେ ମାଁ ଙ୍କ ଘଟ କୁ ବିରାଟ ପଟୁଆରରେ ଶତାଧିକ ଶ୍ରଦ୍ଧାଳୁମାନଙ୍କ ଗହଣରେ ଘଣ୍ଟ ଢୋଲ, ମହୁରାଳି , ସହ ଚାହାଣି ଗାଇ ଗାଇ ନଗର ପରିକ୍ରମା ହୋଇଥିଲା । ଏହା ସହ ମାଁ ଙ୍କୁ ଉତ୍ସାହିତ କରିବା ଲାଗି ଅନେକ ଶ୍ରଦ୍ଧାଳୁ ଓ ମାନସିକ ଧାରି ମାନେ ବିଭିନ୍ନ ଦେବା ଦେବୀ ଙ୍କ ଭେଷ ଧାରଣ କରି ପରିକ୍ରମା କରିଥିଲେ ।‌ ଯାତ୍ରା ଦେଖିବାକୁ ଆଖପାଖ ଶ୍ରଦ୍ଧାଳୁମାନ ଙ୍କ ସହ ଗାଁ ର ପ୍ରତି ଘରକୁ ବନ୍ଧୁବାନ୍ଧବ ଓ ପ୍ରିୟଜନ ଙ୍କ ଆଗମନ ହେବା ସହ ଭିଡ଼ ଜମିଥିବା ବେଳେ ମନୋରଞ୍ଜନ ପାଇଁ ପ୍ରତ୍ୟେକ ରାତିରେ ମାଆଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ବିଭିନ୍ନ ପୈରାଣିକ ନାଟକ ଓ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ମୀନା ବଜାର ମଧ୍ୟ ବିଶେଷ ଆକର୍ଷଣ ପାଲଟିଥିଲା । ଏହି ଯାତ୍ରା ସମୟରେ ଗାଁ ସାର ଭକ୍ତୀମୟ ପରିବେଶ ସୃଷ୍ଟି ହୋଇଥିବା ଗ୍ରାମବାସୀ ଓ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି।

Post a Comment

Previous Post Next Post