ଗୀତl ଭବନ ଠାରେ କାହ୍ନl ଚାରିଟେଵଲ ଟ୍ରଷ୍ଟ ଦ୍ୱାରା ସାମୁହିକ ବିବାହ କାର୍ଯ୍ୟକ୍ରମ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗୀତl ଭବନ ଠାରେ କାହ୍ନl ଚାରିଟେଵଲ ଟ୍ରଷ୍ଟ ଦ୍ୱାରା ସାମୁହିକ ବିବାହ କାର୍ଯ୍ୟକ୍ରମ I ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପାଲନ କରିଲା ୫ମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସରେ ମଧ୍ୟ କଲା ସମାଜସେବା।ଗତ ପାଞ୍ଚ ବର୍ଷ ଧରି ବହୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ନିଃସ୍ୱାର୍ଥପର ଭାବେ କରି ଆସୁଥିବା ବେଳେ ଚଳିତ ବର୍ଷ ସମାଜର ଆର୍ଥିକ ଅନଗ୍ରସର ଥିବା ଆଠ ଜଣ ବର, କନ୍ୟାଙ୍କ ବିବାହ ସମ୍ପଦାନ କରିଛି ଟ୍ରଷ୍ଟ। ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆର୍ଥିକ ଅନଗ୍ରସର ଆଠ ଗୋଟି ଦମ୍ପତିଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରର ଅନୁରୋଧ କ୍ରମେ ଏହି ଗଣ ବିବାହ ଉତ୍ସବ ଅନୁଷ୍ଠିତ କରାଯାଇଥିଲା I ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ର ଏବଂ ସଦସ୍ୟଙ୍କ ଉଦ୍ୟମ ରେ ଆୟୋଜିତ ହୋଇଥିଲା ଗଣ ବିବାହ।ଉଭୟ ବର ଓ କନ୍ୟା ପରିବାର ଲୋକଙ୍କ ଗହଣରେ ରୀତିନୀତି,ଭୋଜି ଭାତର ଆସର ଓ ବରାଗମନ ବାଜା ବାଜଣି ସହ ବହୁ ଆଡ଼ମ୍ବରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା I ବରାଗମନ,ବାଟ ବରଣ ,ହସ୍ତଗଣ୍ଠି, କନ୍ୟାଦାନ ସହିତ ବିବାହ ସମ୍ପର୍ଣ୍ଣ ହୋଇଥିଲା। କନ୍ୟାକୁ ଯେଭଳି ଆବଶ୍ୟକୀୟ ସାମଗ୍ରୀ କନ୍ୟାଦାନ ବେଳେ ପ୍ରଦାନ କରାଯାଏ ତାହା ଯୋଗାଡି ଥିଲା ଟ୍ରଷ୍ଟ।ଏଥି ସହିତ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜ ସେବାରେ ଅଗ୍ରଣୀ ଭୂମିକା ନିଭାଇଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।ଉକ୍ତ ଉତ୍ସବରେ ଅତିଥିଭାବେ ପୂର୍ବତନ ବିଧାୟକ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କାଜୁ ନିଗମ ଅଧକ୍ଷ ସୁବାଷ ମହାରଣା, କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, ସୋନାଲି ଗନ୍ତାୟତ, ବ୍ରହ୍ମପୁର ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳା, ଯୁବନେତା ସଞ୍ଜୟ ଜେନା, ବରିଷ୍ଠ ଆଇନଜୀବୀ ସନ୍ତୋଷ ମହାନ୍ତି, ସମାଜସେବୀ ଇଟି ରାଓ ଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମାଜ ସେବୀ, ଲୋକ ପ୍ରତିନିଧୂ ଯୋଗଦାନ କରି ନବ ଦମ୍ପତି ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ନବ ଦମ୍ପତି ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ। ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ବରେ ଟ୍ରଷ୍ଟ ର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

Post a Comment

Previous Post Next Post