ସହରରେ ବଢୁଛି ବେପରୁଆ ଗାଡି ଚାଳନା : ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବୁଗୁଡ଼ା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଦିନକୁ ଦିନ ଜନବସତି ବୃଦ୍ଧି ହେବାରେ ଲାଗିଛି । ସେହି ଅନୁପାତରେ ଯାନବାହାନ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି । ଅନେକ ସମୟରେ ବେପରୁଆ ଗାଡ଼ିଚାଳନା ପାଇଁ ଦୁର୍ଘଟଣାମାନ ଘଟୁଛି। ସରକାର ୧୮ ବର୍ଷରୁ କମ ବୟସ୍କ ଓ ବିନା ଲାଇସେନ୍ସରେ ଗାଡି ଚାଳନାକୁ ବେଆଇନ କରିଥିବା ବେଳେ ସଡ଼କ ସୁରକ୍ଷା ନିୟମକୁ ଲୋକେ ଏବେ ଭୂଲି ଗଲେଣି। ସହରରେ କଲେଜ ପିଲାଙ୍କଠାରୁ ଆରମ୍ଭ କରି ସ୍କୁଲ ପିଲାଯାଏଁ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥ‌ିବା ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଏପରିକି ବିନା ହେଲମେଟରେ ଛାତ୍ରଛାତ୍ରୀ ଗାଡ଼ି ଚଳାଇ ସ୍କୁଲ, କଲେଜ ଯାଉଥିବାବେଳେ ସ୍କୁଲ କିମ୍ବା କଲେଜ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଅଣଦେଖା କରୁଛନ୍ତି । ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ବେଳେବେଳେ କରାଯାଉଥିବା ଗାଡ଼ି ଚେକିଙ୍ଗ୍ ସହ ଜୋରିମାନା ଆଦାୟ ଠାରୁ ଲାଇସେନ୍ସ ରଦ୍ଦ ତାଗିଦ୍ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାନୁଷ୍ଠାନର କୌଣସି ପ୍ରଭାବ ପଡୁନଥିବା  ଦେଖିବାକୁ ମିଳିଛି । ଘରୁ ପଦାକୁ ବାହାରିଲେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ଏହି ବେପରୁଆ ଗାଡ଼ି ଚଳାନାର ଭୟ ଘାରୁଛି । ଟ୍ରାଫିକ ନିୟମ ଭଲଘଂନ କରି ସହର ଭିତରେ ଦ୍ରୁତଗତିରେ ବାଇକ ଚଳାଇବା ,ଭୂଲ ରାସ୍ତାରେ ଯିବା, ଦୁଇରୁ ଉର୍ଦ୍ଧ୍ବ ବ୍ଯକ୍ତି ବାଇକରେ ନବସିବା ଆଦି ନିୟମ ଥିଲେ ସୁଦ୍ଧା ଅନେକେ ଏହାକୁ ପାଳନ କରୁ ନାହାନ୍ତି । ଏଭଳି ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ଅନେକ ସମୟରେ ଲୋକେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ପ୍ରତି ବର୍ଷ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଭିନ୍ନ ସଂସ୍ଥା ପକ୍ଷରୁ ସଚେତନତା ଶୋଭାଯାତ୍ରା କରାଯାଉଥିଲେ ତାହା 

ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ସୃଷ୍ଟି ହୋଇପାରୁ ନାହିଁ । ତେବେ ସମ୍ପ୍ରତି ଦ୍ରୁତଗତିରେ ବାଇକ ଚାଳନାକୁ ପ୍ରତିହତ ସକାଶେ ଟ୍ରାଫିକ ନିୟମକୁ କଡା଼କଡ଼ି ପାଳନ କରିବା ପାଇଁ ପରିବହନ ସହ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Post a Comment

Previous Post Next Post