ମାଲକାନଗିରି ତା ୩୦/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ସ୍ମୃତିରେ ସରକାରୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟ ଠାରେ 'ଶହୀଦ ଦିବସ -୨୦୨୫ ' ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତିରେ ଦୁଇ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇଥିଲା। ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ସଭାପତିତ୍ବରେ ଏକ ସଭା ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ଗାନ୍ଧିଜୀଙ୍କ ସେବା, ତ୍ୟାଗ ଏବଂ ମହନୀୟତା ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା। ଇତିହାସ ବିଭାଗ ଅଧ୍ୟାପକ ଜଗନ୍ନାଥ ଦାସ, ରାଜନୀତି ବିଭାଗ ଅଧ୍ୟାପିକା ସସ୍ମିତା ଖରା, ଶିକ୍ଷା ବିଭାଗର ଅଧ୍ୟାପିକା ମୋନାଲିସା ବାଘ୍, ଇଂରାଜୀ ବିଭାଗର ଅଧ୍ୟାପିକା ସ୍ମାଇଲ ବୈଷ୍ଣବ ପ୍ରମୁଖ ଏହି ସଭାରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।
Tags:
ଆଞ୍ଚଳିକ