ଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ସରପଞ୍ଚ ସହ ତାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ


   ଆର,ଉଦୟଗିରି-ମୋ ନ୍ୟୁଜ ଓଡ଼ଶା(ମନୋଜ କୁମାର ପାଢୀ)-: 

ଆବାସ ଯୋଜନାର ଟଙ୍କା ଖାଇଥିବା ଅଭିଯୋଗରେ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ଆର -ଉଦୟଗିରି ପୋଲିସ l ସୂଚନା ପ୍ରକାରେ ଆର ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତ ସୁରେଇଖମା ଗାଁର ଜୟନ୍ତୀ ରଇତ ନାମକ ଏକ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନ କରିଥିଲେ । କିନ୍ତୁ ଆସିଥିବା ଟଙ୍କାକୁ ସରପଞ୍ଚ ରୀତାନି ମଣ୍ଡଳ (22) ଓ ତାଙ୍କ ସ୍ୱାମୀ ଉଦିପ ମଣ୍ଡଳ ଜୟନ୍ତୀକୁ ନଜଣାଇ ପ୍ରାୟ 105000 /-ଖାଇଦେଇଛନ୍ତି l ତେବେ ପରବର୍ତୀ ସମୟରେ ଜୟନ୍ତି ରଇତ ଏସମସ୍ତ ବିଷୟରେ ଜାଣି ନ୍ୟାୟ ପାଇବା ପାଇଁ ପଂଚାୟତ ଠାରୁ ବ୍ଲକ ଏବଂ ଆର -ଉଦୟଗିରି ଥାନାରେ ବି ଅଭିଯୋଗ କରିଥିଲେ ଏବଂ ଗତ ଡିସେମ୍ବର ମାସ 23 ତାରିଖ ଦିନ ଶବରପଲ୍ଲୀ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ l ତେବେ ଆଜି ଦିନ 10 ଘଣ୍ଟ ସମୟରେ କେସ ନମ୍ବର 171/2024 ରେ ରୁଜୁ କରି 420,294,506,34  ଦଫାରେ ଆଜି ଆର -ଉଦୟଗିରି ପୋଲିସ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l କୋର୍ଟରେ ଜାମିନ ଖରଚ କରି ଉଭୟଙ୍କୁ ଜେଲ ପଠାଇଛନ୍ତି ଆର.ଉଦୟଗିରି ମାନ୍ୟବର ବିଚାରପତି ।ବହୁଦିନ ପରେ ମଧ୍ୟ ପୁଲିସ ଆବାସଗୃହ ପାଇଥିବା ଦାଦନ ମହିଳାଙ୍କ ଟଙ୍କା ନେବାର ବସ୍ତିଗୁଡା ସରପଞ୍ଚ ଓ ତାଙ୍କ ସ୍ବାମୀ ଗିରଫ ହେଲେ । ଦେଖିବାକୁ ରହିଲା ଆବାସଗୃହ କେଳେଙ୍କେକାରୀ ସମ୍ପୁତଥିବା ଅଧିକାରୀ ଙ୍କୁ  ଗଜପତି ଜିଲ୍ଲାପାଳ କେବେ କାର୍ଯ୍ୟନୁଷ୍ଠା ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post