ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ନବ ନିର୍ମାଣ କୃଷକ ସଂଗଠନ ।

 


ଆର,ଉଦୟଗିରି- ମୋ ନ୍ୟୁଜ  ଓଡ଼ଶା (ମନୋଜ କୁମାର ପାଢୀ)  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପକ୍ଷରୁ ଆଜି ବାରଟା ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ନବ ନିର୍ମାଣ କୃଷକ ସଂଗଠନ ଘେରାଉ କରିଛି। ସଙ୍ଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ଵରେ ବହୁ ଚାଷୀ ଗଜପତି ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରା ବାହାର କରି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ। ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଜାଣି ଜିଲ୍ଲାପାଳ ଆସିଲା ଯାଏଁ ରାସ୍ତା ଅବରୋଧ ରହିବ ବୋଲି ପାରଳାଖେମୁଣ୍ଡି ମୋହନା ମୁଖ୍ୟ ରାସ୍ତା ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଥାଉକି ଧାନ ମଣ୍ଡି ଖୋଲିବା ଏଵଂ ଚାଷୀ ଙ୍କୁ ବିଭିନ୍ନ ବିଷୟକୁ ନେଇ ପ୍ରତିଶ୍ରୁତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆ ଯାଇଥିଲା। ହେଲେ ତାହା ପରବର୍ତ୍ତୀ କାଳରେ କାର୍ଯ୍ୟକାରୀ ନକରି ଚାଷୀଙ୍କୁ ଭୂୟାଁ ବୁଲେଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଅଦିନିଆ ବର୍ଷା ହୋଇଥିବା ବେଳେ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇ ଯାଇଛି, ପରେ ଧାନର ମାନ କୁ ନେଇ ମିଲର ମାନେ ହଇରାଣ କରୁଛନ୍ତି, ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଏହି ଅବସରରେ ରଞ୍ଜିତ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଙ୍କ ସହ ଅନ୍ୟ ଚାଶି ନେତା ମାନେ ଉପସ୍ଥିତ ଅଛନ୍ତି।

Post a Comment

Previous Post Next Post