ଗାଲେରି କଲେଜରେ ସଡକ ସୁରକ୍ଷା ଅଭିଯାନ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଗାଲେରିସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଏନ୍‍.ଏସ୍‍.ଏସ୍‍ ଭଲ୍ୟୁଣ୍ଟର ମାନଙ୍କ ଦ୍ୱାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସଭାପତି ରୂପେ ଓ ଯୁକ୍ତ ଦୁଇର ଅଧ୍ୟାପକ ନୀଳମାଧବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ଉପରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଶୁଭଶ୍ରୀ ମିଶ୍ର ଓ ସଂଗ୍ରାମୀ ଷଡ଼ଙ୍ଗୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏନ୍‍.ଏସ୍‍.ଏସ୍‍ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଦୁର୍ଗା ମାଧବ ଦାଶ ସଂଯୋଜନା କରିଥିଲାବେଳେ ବିରୁପାକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଏନ୍‍.ଏସ୍‍.ଏସ୍‍ଭଲ୍ୟୁଣ୍ଟର ମାନେ ସଡକ ସୁରକ୍ଷା ସଚେତନତା ସ୍ଲୋଗାନ ଦେଇ ପରିକ୍ରମା କରିଥିବା ରାଲିକୁ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଉଦଘାଟନ କରିଥିଲେ। ଅଧ୍ୟାପକ ଦୁର୍ଗା ମାଧବ ଦାଶ, ବିରୁପାକ୍ଷ, ବଙ୍ଗାଳୀ ସାମିଲ ହୋଇଥିବାବେଳେ ଶୟନ, ପବିତ୍ର, ସାଗର, ସମୀର, ଶିଶିର, ମନୋସ୍ମିତା, ତେଜସ୍ୱନୀ ଆଦି ସହଯୋଗ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post