କନ୍ଧମାଳ : ମୋ ନିୟୁଜ ଓଡିଶା ୨୫/୦୧/୨୦୨୫,
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ସ୍ୱାତୀ ଅନୁଷ୍ଠାନ ର ଅଧକ୍ଷ ଙ୍କ ପିତା ସ୍ୱର୍ଗତ ବଂଶିଧର ଶତପଥି ଗତ କାଲି ତା ୨୪/୦୧/୨୫ ରାତ୍ର ୧୧ଘ.୫୦ମି. ରେ ଭୁବନଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ସମୟରେ ତାଙ୍କର ପତ୍ନୀ, ଦୁଇ ପୁତ ୍ରଓ ବୋହୁ, ଝିଅ - ଜ୍ୱାଇଁ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ସ୍ୱଗତ ଶତପଥି ତାଙ୍କର ନିଜସ୍ୱ ବାସ ଭବନ ଶୈଳଶ୍ରିବିହାର, ଭୁବନେଶ୍ୱର ରହୁଥିଲେ, ତାଙ୍କର ପୈତୃକ ବାସ ଭବନ ଜଗତସିଂଘପୁର ଅଟେ । ମୃତୁ ସମୟରେ ତାଙ୍କୁ ୮୬ ବର୍ଷ ହୋଇଥିଲା, ଦିର୍ଘ ୯ ଦିନ ହେବ ଏକ ଘରୋଇ ହସପିଟାଲ ରେ ଚିକିତ୍ସିତ ହେଇଥିଲେ । ସେ ଜଣେ ବହୁଗୁଣ ସମ୍ପନ୍ନ, ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତ ରେ ସ୍ୱାତୀ ପରିବାର ଅତ୍ୟନ୍ତ ମର୍ମହାତ । ଫୁଲବାଣୀ ସ୍ଥିତ ସ୍ୱାତୀ କାର୍ଯ୍ୟାଳୟରେ ଦିବଙ୍ଗତ ଆତ୍ମା ଙ୍କ ସଦଗତି ପାଇଁ ଶ୍ରଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଜାଇଛି ।ପ୍ରଦୀପ ସ୍ୱାଇଁ, ବିଶ୍ବରଂଜନ କର, ଶିବ ସୁନ୍ଦର ସାହୁ, ପ୍ରଭାତ ଦାସ, ସନ୍ତୋଷ କୁମାର ମିଶ୍ର, ସ୍ୱାଗତିକା ମାଝୀ, ବିପ୍ର ଚରଣ ସାହୁ , ଗୋପବନ୍ଧୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।