ମାଲକାନଗିରି ଜିଲ୍ଲା ରେ ରାଜ୍ୟସ୍ଥରୀୟ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ୫୩ତମ ସମ୍ମିଳନୀ

 


ମାଲକାନଗିରି,ମୋ ନିୟୁଜ ଓଡିଶା ୨୯/୧୨ (ସତ୍ୟ ନାରାୟଣ ଦାଶ) ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀଙ୍କ ସ୍ଥାନ ଗୁରୁତ୍ବପୂର୍ଣ । ନ୍ୟାୟ ମାଗୁଥିବା ଏବଂ ନ୍ୟାୟ ପ୍ରଦାନକାରୀଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାମ କରନ୍ତି । ତେଣୁ ଆଇନଜୀବୀଙ୍କ ଦକ୍ଷତା ଉପରେ ଆମର ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥା ନିର୍ଭରଶୀଳ ବୋଲି ମାଲକାନଗିରି ଜିଲ୍ଲା ରେ ପ୍ରଥମ ଥର କରି ଆୟୋଜିତ 

ଅଲ୍ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ୫୩ ତମ ବାର୍ଷିକ ସମ୍ମିଳନୀ ରେ  ଉପସ୍ଥିତ ଅତିଥି ମାନେ କହିଛନ୍ତି। ଏହା ବ୍ୟତିତ ଓକିଲ ମାନଙ୍କୁ ସ୍ୱାସ୍ଥ୍ୟ ବୀମା, ପିଲାଙ୍କ ପାଠପଡା, ପେନସନ ଭଲି ଅନେକ ଦାବି ଏହି ସମ୍ମିଳନୀ ଉପସ୍ଥାପନ କରା ଯାଇଥିଲା। ମାଲକାନଗିରି ଜିଲ୍ଲା ସଦର ମହକୁମା ଡି ଏନ କେ ପଡିଆ ଠାରେ ଦୁଇଦିନିଆ ଅଲ୍ ଓଡ଼ିଶା ଲୟର୍ସଆସୋସିଏସନର ୫୩ତମ ବାର୍ଷିକ ସମ୍ମିଳନୀ ରେ ମୂଖ୍ୟ ଅତିଥି ଭାବେ ହାଇକୋର୍ଟ ର ବରିଷ୍ଠ ଜଷ୍ଟିସ ଶିବ ସଙ୍କର ମିଶ୍ର ମୂଖ୍ୟ ଵକ୍ତା ଭାବେ ସୁପ୍ରିମକୋର୍ଟ ର ଅବସରପ୍ରାପ୍ତ ବରିଷ୍ଠ ଜଷ୍ଟିସ  ଭି ଗୋପାଲ ଗୌଡ଼ା ଯୋଗ ଦେଇ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଥମ ଦିନର ଅଧିବେସନ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସର ରେ ହାଇକୋର୍ଟ ର ବରିଷ୍ଟ ଆଇନଜୀବି ଓ ଓଡ଼ିଶା ବାର କାଉଁସିଲର ସଦସ୍ୟ ବିଭୂପ୍ରସାଦ ତ୍ରିପାଠୀ, ବାର କାଉଁସିଲର ସଦସ୍ୟ ପି ରମେଶ କୁମାର ପାତ୍ର, ହାଇକୋର୍ଟ ବାର ଆସୋସିଏସନ ସଭାପତି ବି.କେ ଦାଶ, ବାର କାଉଁସିଲ ଉପସଭାପତି ଆର କେ. ମହାନ୍ତି, ଓଡିଶା ବାର କାଉଁସିଲ ଚେୟାରମ୍ୟାନ ଏସ ଏମ ଦ୍ବିବେଦୀ ଯୋଗ ଦେଇ ରାଜ୍ୟ ର ସମସ୍ତ ଆଇନ ଜୀବି ଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇବା ସହିତ ସେ ମାନଙ୍କ ସୁରକ୍ଷା, ପେନସନ, ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ ଦାବି ପ୍ରତି ଗୁରୁତ୍ୱ ଦେଇଥିଲେ। ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ରାଜ୍ୟ ଅଧକ୍ଷ ବରିଷ୍ଟ ଆଇନଜୀଵୀ ଜ୍ଞାନ ରଞ୍ଜନ ମହାନ୍ତି ଓ ଆଇନଜୀବି ଏନ ଏନ ସତପଥି ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କ ପରିଚୟ ଦେଇଥିଲେ।ମାଲକାନଗିରି ଜିଲ୍ଲା ଲୟର୍ସ ଆସୋସିଏସନର ସଭାପତି ନୃସିଂହ ଚରଣ ମହାନ୍ତି ସମ୍ମିଳନୀ ର ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ। ଏହି ଅବସରରେ ସଂଘର ଏକ ସ୍ମରଣୀକା କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ସଂଜିତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ଅଧିବେଶନ ରେ ରାଜ୍ୟ ର ୩୦ଟି ଜିଲ୍ଲା ର ପ୍ରାୟ ୧୩୦୦ ରୁ ଉର୍ଦ୍ଧ୍ବ ବରିଷ୍ଟ ଆଇନଜୀବି ମାନେ ଉପସ୍ଥିତ ଥିଲେ। ସନ୍ଧ୍ୟା କାର୍ଯ୍ୟକ୍ରମ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି  ଉଦଯାପନୀ ସଭା ରେ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଓ ବରିଷ୍ଟ ଆଇନିଜ୍ଞ ସହିତ ଅନ୍ୟାନ ଅତିଥି ମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Post a Comment

Previous Post Next Post