ଭଞ୍ଜନଗରରେ ସାଇବର ସଚେତନତା କାର୍ଯ୍ୟକ୍ରମ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ବର୍ତ୍ତମାନ ଡ଼ିଜିଟାଲର ଯୁଗ। ହାତ ପାହାନ୍ତାରେ ସମସ୍ତ ସୁବିଧା ପହଞ୍ôଚ ଯାଉଛି। କିନ୍ତୁ ଟିକିଏ ଅସାବଧାନତା ଅବଲମ୍ବନ କଲେ ଅନେକ ନଷ୍ଟି ସହିବାକୁ ପଡ଼େ। ଡ଼ିଜିଟାଲର ସୁବିଧା ଯେତିକି ଅସୁବିଧା ମଧ୍ୟ ଅଧିକ। ଦିନକୁ ଦିନ ଅନ୍‍ଲାଇନ ଠକେଇ ବଢ଼ିବାରେ ଲାଗିଛି। ସାଇବର ଠକେଇ ମାଧ୍ୟମରେ ଡକାୟତ ମାନେ ନିରୀହ ଲୋକମାନଙ୍କ ଲକ୍ଷ ଲକ୍ଷ କଷ୍ଟ ଅର୍ଜିତ ସମ୍ପତିକୁ ଲୁଣ୍ଠନ କରିନେଉଛନ୍ତି। ମୋବାଇଲ ମାଧ୍ୟମ ରେ ମହିଳା ମାନଙ୍କ ଅଶିଳ ଭିଡିଓ ଏବଂ ଗୁପ୍ତ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ବ୍ଲାକମିଲିଂ କରି ବହୁ ଅର୍ଥ ଶୋଷି ନେଉଛନ୍ତି। ଏପରି ସମସ୍ୟା କୁ ଦୃଷ୍ଟି ରେ ରଖି ଆଜି ଭଞ୍ଜନଗର ଥାନା ପକ୍ଷରୁ ଭଞ୍ଜନଗର ଟାଉନ ହଲ ଠାରେ ଥାନା ଅଧିକାରୀ କୁମର ମୁଦୁଲିଙ୍କ ପୌରାହିତ୍ୟ ରେ ଏକା ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପ୍ରୋବେଶନର ଏସପି ସୁଶ୍ରୀ ମନୀଷ ସଗୁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ସାଇବର ଠକେଇ କିପରି ରୋକାଯାଇପାରିବ ଏବଂ ସାଇବର ଠକ ମାନଙ୍କୁ କିପରି କାବୁ କରାଯାଇ ପରିବ ସେ ଉପରେ ବିସ୍ତୃତ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ ନାୟକ ଏବଂ ବୁଗୁଡା ଥାନା ଅଧିକାରୀ ସୀତାଂଶୁ ଶେଖର ଅମାତ ଯୋଗ ଦେଇଥିଲେ। ଅରକ୍ଷିତ ପରିଚ୍ଛା ସଭା ସଂଯୋଜନା କରିଥିଲେ। କବିସମ୍ରାଟ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଯୋଗଦେଇଥିଲେ। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ସାଇବର ଠକେଇର ଶିକାର ହୋଇଥିବା ବହୁ ଅଭିଯୋଗକାରୀ ଅଂଶଗ୍ରହଣ କରିଥିଲେ। ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ତତ୍ପରେ ବେଲଗୁଣ୍ଠା ରୋଡ଼ ଠାରେ ବେପାରୁଆ ଗାଡି ଚାଳକମାନଙ୍କୁ ଫୁଲ ଦେଇ ସଚେତନ କରାଯାଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post