(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନଗିରି ତା ୨୪/୧୨ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ହୋଟେଲ ସ୍ୱାଗତ ଠାରେ ମଣ୍ଡିର ଅବ୍ୟବସ୍ଥା କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଗତ ୧୬ ତାରିଖ ଠାରୁ
ମଣ୍ଡିର ଶୁଭାରମ୍ଭ ହୋଇଥିଲେ ସୁଦ୍ଧା ମଣ୍ଡିରୁ ଉଠୁ ନାହିଁ ଧାନ ଆଜି ପର୍ଯ୍ୟନ୍ତ ମଣ୍ଡି ଗୁଡିକରେ ଚାଷୀ ମାନେ ଶୀତ ବର୍ଷାରେ ଗତ ଏକ ସପ୍ତାହ ଧରି ଧାନ ରଖିଥିଲେ ମଧ୍ୟ ଚାଷୀ ମାନଙ୍କୁ ଟୋକନ ଦିଆ ନଯିବା ଏବଂ ନିଜ ଧାନକୁ ଜଗି ରହିବା ପାଇଁ ମଣ୍ଡିର କର୍ମଚାରୀ ମାନେ ବାଧ୍ୟ କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ରାଜ୍ୟ ବିଜେଡି ଦଳର ଉପସଭାପତି ତଥା ପ୍ରବକ୍ତା ପ୍ରଦୀପ ମାଝୀ ପ୍ରକାଶ କରିଛନ୍ତିା ସେ ଆହୁରି ପ୍ରକାଶ କରିଛନ୍ତି ଯେ, ମୋହନ ସରକାର ଯାହା କୁହନ୍ତି ତାହା କା ର୍ଯ୍ୟରେ ପରିଣତ ହୁଏନାହିଁ ବୋଲି ଆଜି ଏକ ପ୍ରତିନିଧି ଦଳ ବିଭିନ୍ନ ମଣ୍ଡି ପରିଦର୍ସନ କରି ତାହାର ସତ୍ୟତା ଜାଣିବାକୁ ପାଇଲେ। ଜାତୀୟ ରାଜପଥ କଡରେ ଥିବା ଶିଖପାଲ୍ଲୀ ମଣ୍ଡିରେ ଚାଷୀ ମାନେ ଧାନ ରଖିଥିଲେ ମଧ୍ୟ ସେମାନଙ୍କର ଆଇ ଟେଷ୍ଟ କରା ଯାଇଥିଲା କିନ୍ତୁ ତାଙ୍କୁ ଧାନ ଦେଇଥିବା ରସିଦ ଏକ ସପ୍ତାହ ଧରି ପ୍ରଦାନ କରା ଯାଇ ନାହିାଁ ଏଥିସହ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ତୁମ ଧାନକୁ ତୁମେ ଜଗିକି ରୁହ, ଚୋରୀ ହେଲେ ଆମେ ଦାୟୀ ନୁହେଁ ବୋଲି ଚାଷୀ ମାନଙ୍କୁ ଧମକାଉଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଏ ସମ୍ବନ୍ଧରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକରୁ ସେମାନେ ପ୍ରକାଶ କରିଥିଲେ ଲାଇନ ନଥିବାରୁ ସେମାନଙ୍କୁ ରସିଦ ଦିଆ ଯାଇପାରୁନାହିଁ, କିନ୍ତୁ ଉପସ୍ଥିତ ଶତାଧିକ ଚାଷୀ ଏହାକୁ ମିଥ୍ୟା କଥା ବୋଲି ଅଭିଯୋଗ କରିଥିଲେ। ଚାଷୀ ମାନଙ୍କୁ ଝୋଟ ଅଖାବସ୍ତା ଯୋଗାଇ ଦିଆ ଯିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଝୋଟ ଅଖାବସ୍ତା ଯୋଗାଇ ଦିଆ ଯାଇନାହିଁ। ସାରା ରାଜ୍ୟରେ ମିଲର ମାନେ ଦୀର୍ଘ ବର୍ଷ ଧରି ଅରୁଆ ଚାଉଳ ପାଇଁ କ୍ୟୁଣ୍ଟାଲ ପ୍ରତି ୧୫ ଟଙ୍କା ଏବଂ ଉସୁନା ଚାଉଳ ପାଇଁ ୨୫ ଟଙ୍କା ପାଉଥିଲା ବେଲେ ଏହାକ ବୃଦ୍ଧି କରିବା ପାଇଁ ସଂଘ ଦାବି କରି ଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉ ନଥିବାରୁ ମିଲର ମାନେ ଧାନ ଉଠାଉ ନଥିବା ସମସ୍ୟା ଥିବା ଶ୍ରୀ ମାଝି ପ୍ରକାଶ କରିଛନ୍ତି। ପଡୋଶୀ ରାଜ୍ୟ ଛତିଶଗଡରେ ଚାଉଳ କ୍ୟୁଣ୍ଟାଲ ପ୍ରତି ମିଲିଙ୍ଗ ପାଇଁ ୮୦ ଟଙ୍କା ଦେଉଥିଲା ବେଳେ ଓଡିଶା ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ମିଲର ସଂଘ ଅଭିଯାଗ କରିଛନ୍ତିା ଆସନ୍ତା ଜାନୁଆରି ୧୦ ତାରିଖ ମଧ୍ୟରେ ଜିଲ୍ଲାର ଚାଷୀଙ୍କ ସମସ୍ୟା ଓ ପ୍ରତି ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ସହ ରସିଦ ପ୍ରଦାନ ଏବଂ ପାଂଚଦିନ ମଧ୍ୟରେ ଚାଷୀଙ୍କ ଖାତାକୁ ବିକ୍ରି ଅର୍ଥ ଦିଆ ନଗଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବା ଓ ଚାଷୀ ଆନ୍ଦୋଳନ କରି ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବେ ବୋଲି ଚେତାବନି ଦେଇଛନ୍ତିା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଜୁଳିଲଲ ସଭାପତି ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧକ୍ଷା ସମାରି ଟାଂଗୁଲୁ, ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ପୌର ପରିଷଦ ଉପାଧ୍ୟକ୍ଷ। କବିତା ମହନ୍ତ, ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ସହ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।