ହାତୀ ଉପଦ୍ରବରେ ଲୋକ ହନ୍ତସନ୍ତ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ହାତୀପଲ ଉପଦ୍ରବ ଖେଳାଇଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ଯୋଗୁଁ କିଛି ଦିନ ହେଲା ପ୍ରତ୍ୟେକ ସନ୍ଧ୍ୟାରେ ଜଙ୍ଗଲରୁ ବାହାରି ହାତୀମାନେ ଫସଲ ଖାଇବା ସହିତ ଜନବସତି ମୁହାଁ ହେଉଛନ୍ତି। ଲୋକମାନେ ମଧ୍ୟ ସେମାନଙ୍କ ଫସଲକୁ ସୁରକ୍ଷା ଦେବାକୁ ହାତୀଙ୍କୁ ଘଉଡ଼ାଇବା ପାଇଁ କସରତ କରିଥାନ୍ତି। ଶନିବାର ବିଳମ୍ବିତ ରାତିରେ ୨୬ ଟିକିଆ ହାତୀପଲ ଗାଲେରୀ ବନାଞ୍ଚଳ ଅଧିନ ବଦାଙ୍ଗି ସେକ୍ସନର ରାଣିକିଆରୀ ଇଲାକାରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ସେହିଭଳି ଗତ କାଲି ରାତି ପ୍ରାୟ ଗୋଟାଏ ସମୟରେ ନୂଆଁପଲ୍ଲୀ ଗ୍ରାମ ଭିତରେ ପଶି ହାତୀପଲ ୬ଟି ଘର ଭାଙ୍ଗିଥିବା ବେଳେ ଘର ଭିତରେ ଅମଳ ହୋଇ ଥିବା ଧାନ ଓ ଚାଉଳ ବସ୍ତା ଟାଣି ଖାଇଥିବା ଅଭିଯୋଗ ହୋଇଛି। ସୌଭାଗ୍ୟ ବଶତଃ ଏହି ଆକ୍ରମଣରେ କେହି ମୃତହତ ନଥିବା ବେଳେ ଥିବା ୫/୬ ପରିବାର ଘରଗୁଡିକ ଭାଙ୍ଗି ଚୁରମାର ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ବନ ବିଭାଗକୁ ଗ୍ରାମରେ ଲୋକେ ସୂଚନା ଦେଇ ଥିଲେ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ବେଳେ ବସ୍ତିରେ ରହୁଥିବା ୫/୬ ପରିବାର ଖଟି ଖିଆ ଶ୍ରମିକ ଶ୍ରେଣୀର ଲୋକେ ହୋଇଥିବା ବେଳେ ଏଭଳି ଭଙ୍ଗା ଘରକୁ ନେଇ ବହୁତ ଚିନ୍ତିତ ରହିଥିବାର ଦେଖିବାକୁ ମିଳିଛି। ଏ ନେଇ ପ୍ରଶାସନ ପକ୍ଷରୁ ସାହାଯ୍ୟ ଭିକ୍ଷା କରିଛନ୍ତି। ତେବେ ଏହି ଅଂଚଳରେ ବାରମ୍ବାର ହାତୀ ଉପଦ୍ରବ ଜାରି ଥିବା ବେଳେ ଫସଲ ନଷ୍ଟ ହୁଏ ଯାହା କି ଏବେ ଏ ଅଞ୍ଚଳ ପାଇଁ ଦେହସୁଆ ହୋଇ ସାରିଛି। ଅନ୍ୟ ପଟେ ଏ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଠିକ ଭାବେ କାର୍ଯ୍ୟ ଅନୁଷ୍ଠାନ ନ ହେଉ ଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post