ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷାଜନିତ ଧାନ ଫସଲ ନଷ୍ଟ କ୍ଷୟକ୍ଷତିର ଅନୁଧ୍ୟାନ କରି ଚାଷୀ ମାନଙ୍କ ସହ ଆଲୋଚନା

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା :ଗଞ୍ଜାମ ଜିଲ୍ଲା ଗସ୍ତ ରେ ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବା ଦେଖି ଚାଷୀଙ୍କ  ହେକ୍ଟର ହେକ୍ଟର ଚାଷ ଜମିର ଧାନ ଫସଲ । ଗଞ୍ଜାମ ଜିଲ୍ଲା ରେ ଧାନ ଫସଲ ନଷ୍ଟ ହେବା ପରେ ବରଙ୍ଗ ର ଜଣେ ଚାଷୀ ଆତ୍ମହତ୍ୟା କରିଲେ । ଏଭଳି ପରିସ୍ଥିତିରେ ମୂଖ୍ୟମନ୍ତ୍ରୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି  ରଙ୍ଗେଇଲଣ୍ଡା  ବ୍ଲକର ଗଞ୍ଜୁ ଗ୍ରାମରେ ପହଂଚି ନଷ୍ଟ ହୋଇଥିବା ଧାନ ଫସଲ ଦେଖିବା ସହିତ ସ୍ଥନୀୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ତେବେ କନିଶି ତହସିଲ ଅଧିନରେ ଆସୁଥିବା ଗଞ୍ଜୁ,ଅଙ୍କୁଲି, ଆରୁଆପଲି, ଡୁରା, ପଥରା ପ୍ରଭୃତି ଅଞ୍ଚଳର ଚାଷୀ ସ୍ବର୍ଗ କୁ ଆଶ୍ରା କରି ଚାଷ କରିଥିଲେ । ଅଦିନିଆ ବର୍ଷା ରେ ଏହି ସମସ୍ତ ଗ୍ରାମର ପ୍ରାୟ ୧ଶହ ଏକରରୁ ଅଧିକ ଧାନ ଫସଲ ପାଣିରେ ପଡ଼ି ଗଜା ହୋଇଗଲାଣି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କ୍ଷତି ସହିଥିବା ଚାଷୀଙ୍କ ସହିତ ଆଲୋଚନା କରି ଆଶ୍ଵାସନା ପ୍ରଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳରେ କେନାଳ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀକୁଳ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧାର କରଜ କରି ଚାଷଜମିରେ ଲଗାଇ ଥିଲେ । ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ କୁ ଦୋହଲାଇ ଦେଇଥିବା ଚାଷୀ ଅଜିତ କୁମାର ମଣ୍ଡଳ କହିଛନ୍ତି । ତେବେ ଗଞ୍ଜୁ ଗ୍ରାମର ବିଜୟ ନାହାକ ଙ୍କ ଧାନ ଫସଲ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ସହରର ଅଦରକାରୀ ନାଳ ପାଣି ଯୋଗୁଁ ଗଞ୍ଜୁ ଗାଆଁ ର ଧାନ ଫସଲ ହେଉଥିଲା କିନ୍ତୁ ଚଳିତ ଅଦିନିଆ ବର୍ଷା ଆମକୁ ତଳିତଳାନ୍ତ କରିଦେଲା ବୋଲି କହିଛନ୍ତି ଚାଷୀ ବିଜୟ ନାହାକ ।

Post a Comment

Previous Post Next Post