ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ,

ଆର,ଉଦଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର ପାଢୀ 02/11/2024

ଆଙ୍କର - ବହୁବର୍ଷ ଧରି ଗଜପତି ଜିଲ୍ଲାର ଚାନ୍ଦିପୁଟ ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀ ପୂଜା ପାଉଛନ୍ତି।କାଇଁ କଉ ଆବାହମାନା କାଳରୁ ଅଞ୍ଚଳର ତଥା ଅଞ୍ଚଳ ବାହାରୁ ମାଙ୍କୁ ବିଶ୍ୱାସ ରଖି ମାନସିକ ଧାରୀ ଆସି ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଆସନ୍ତା ଚୈତ୍ରମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଇଂରାଜୀ ତାରିଖ ଅନୁସାରେ 19/03/2024 ଦିନ ଏହି ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିତୀୟତମ ଯାତ୍ରା ମହୋତ୍ସବ କରିବା ପାଇଁ ଏହି ବୈଠକ ରେ ଆଲୋଚନା କରା ଯାଇଥିଲା।  ମନ୍ଦିର ପରିଚାଳନା କମିଟି ଓ ଗ୍ରାମର ବୁଦ୍ଧିଜୀବିଙ୍କ ମିଳିତ ବୈଠକରେ କିଭଳି ଭାବେ ଶାନ୍ତି ଶୃଙ୍ଖଳା, ରିତିକାନ୍ତି ଅନୁସାରେ ଏହି ମହୋତ୍ସବ ସମାପନା ହେଇପାରିବ ସେଥିପାଇଁ ଆଜି ସନ୍ଧ୍ୟା ୭ ଘଣ୍ଟ ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା।

Post a Comment

Previous Post Next Post