ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ତା 02.11.24 ରିଖ ରେ ମହେନ୍ଦ୍ରଗଡ଼ ହାଇସ୍କୁଲ ପରିସରରେ ରେଡ ରିବନ କ୍ଳବ ତରଫରୁ ଏଡ଼ସ ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓ HIV ଜନିତ ରୋଗ କଣ ? ଓ ତାହାର ନିରାକରଣ ସମ୍ବନ୍ଧରେ ଓ କିଭଳି ନିଜ ନିଜ ପରିବାରରେ, ସାହିରେ ଓ ଗ୍ରାମରେ ସଚେତନତା କରାଯାଇପାରିବ ଯେଭଳି ଏଡ଼ସର ଭୟବହତା ନ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ | ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ |ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ଜୁନିଅର ରେଡ କ୍ରସର ଜିଲ୍ଲା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ |
Tags:
ଆଞ୍ଚଳିକ