(ମୋ ନ୍ୟୁଜ ଓଡ଼ିଶା)
ବୁଗୁଡ଼ା,୩୧/୧୦/୨୪(ସୋରେନ କୁମାର ପ୍ରଧାନ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ଦୀପାବଳି ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ବୁଗୁଡ଼ା ବ୍ଲକ୍ କାନସୁକା ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱଦେଶୀ ବାଣ ଫୁଟାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥିରେ ବହୁତ ଛୋଟ ପିଲା ସାମିଲ୍ ଥିଲେ ଏବଂ ଏବିଭିପି ଘୁମୁସର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସୋରେନ କୁମାର ପ୍ରଧାନ,ଗୌରୀ ଶଙ୍କର ମହାପାତ୍ର,ଶୁଭଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଭଳି ନିଆରା କାର୍ଯ୍ୟକ୍ରମକୁ ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ସାଧୁବାଦ ଜଣାଇଥିଲେ।
Tags:
ଆଞ୍ଚଳିକ