ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ସ୍ଥାନୀୟ ଲଣ୍ଡେଇସାହି ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ଉପସଭାପତି ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଅନୁପମ ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ମା ମଙ୍ଗଳ ସଂଘର ସଭାନେତ୍ରୀ ମଞ୍ଜୁଲତା ପଣ୍ଡା, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଶିବରାମ ପଣ୍ଡା, ଡ଼କ୍ଟର କମ୍ଭୁପାଣି ସାମନ୍ତ, ଅଧ୍ୟାପିକା ସ୍ମରଣିକା ପାଢୀ, ଅଧ୍ୟାପକ ବିଭୁତି ଭୂଷଣ ପାଣିଗ୍ରାହୀ, ମେଡିକାଲ ସୁପରଟେଣ୍ଡେଣ୍ଟ ବିଚିତ୍ର ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗତ ପ୍ରଧାନଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ପ୍ରଧାନ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଅଧ୍ୟାପନା ଦାୟିତ୍ୱ ତୁଲାଇବାସହ ଅଧକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ। ସାଂସ୍କୃତିକ ପରିଷଦର ସମ୍ପାଦକ ସୁରେନ୍ଦ୍ର ନାଥ ଗୌଡ଼ ସଭାରେ ଉପସ୍ଥିତ ତାଙ୍କର ଗୁଣଗ୍ରାହୀ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post