ମୁନିସିପାଲଟି ଅତିଥି ଭବନ ଲିଜ୍ କୁ ବୃଦ୍ଧି କରାନଯାଉ : ପୀତବାସ ପଣ୍ଡା


( ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର  ମୋ ନିୟୁଜ ଓଡିଶା : ମୁନିସିପାଲଟି ଅଧିନରେ ଥିବା ଅତିଥି ଭବନକୁ ଗତ ପାଞ୍ଚବର୍ଷ ତଳେ ଅର୍ଥାତ ୧୬.୧୧.୨୦୧୯ ରେ  ତତ୍କାଳୀନ ବିଜେଡି ସରକାର  ଏକ ଅଦୃଶ୍ୟ ଲାଳସାର ବସବତୀ ହୋଇ ମ୍ୟୁନିସପାଲିଟି ଗେଷ୍ଟ ହାଉସକୁ ଲିଜ ସୂତ୍ର ରେ  ଏକ ଘରେଇ କମ୍ପାନୀ ଗାୟତ୍ରୀ ଟେକନୋ ସଲୁସନ୍ କୁ ପାଞ୍ଚ ବର୍ଷ ପାଇଁ ଦେଇଦେଲେ ।  ଲିଜ ର ଚୁକ୍ତି  ପ୍ରକାରେ  ପ୍ରଥମ ଛଅ ମାସ ଉକ୍ତ ଘରୋଇ କମ୍ପାନୀକୁ ଭଡା ଛାଡ କରିଦେଲେ । ପରବର୍ତ୍ତୀ  ପର୍ଯ୍ୟାୟରେ ଅସଲି  ଚୁକ୍ତିପତ୍ରକୁ କାଟ ଛାଟ କରି ପୌରକତୃପକ୍ଷ  ଏକ ବେଆଇନି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇ ଜାଣି ନଜାଣିଲା ପରି ଅଭିନୟ କରି  ବ୍ରହ୍ମପୁର ଜନସାଧାରଣଙ୍କର ଏହି ମୂଲ୍ୟବାନ ସମ୍ପତ୍ତିକୁ ଏକ ଘରୋୟୀ ବ୍ୟବସାୟ ପ୍ରତଷ୍ଠାନର ହାତକୁ ଟେକିଦେଲେ। ଲିଜ୍ ର ଚୁକ୍ତି ଅନୁଯାୟୀ  ଅକ୍ଟୋବର ୩୧ ଓ ନଭେମ୍ବର ୧ ଦୁଇ ଦିନ ଧରି ଅତିଥି ଭବନର ସମ୍ପତ୍ତିର ସୁରକ୍ଷା , ମୂଲ୍ୟାୟନ ଓ ଚୁକ୍ତିପତ୍ରର  ପୁନଃନବି କରଣର ନିୟମାବଳୀ ଥିଲେ ମଧ୍ୟ ଏହି ସର୍ତ୍ତାବଳିକୁ ଉଭୟ  ମୁନିସିପାଲିଟି ଓ  ଲିଜ ଧାରି ପାଳନ କରିନାହାନ୍ତି । ପୌର ଅତିଥି ଭବନ ପରିସରରେ ମଦବାରକୁ ବନ୍ଦ କରିବା ପାଇଁ  ଯେତବେଳେ ମୁନିସିପାଲିଟି କର୍ତ୍ତୃପକ୍ଷ ଲୋକଙ୍କ ଦାବୀ ଫଳରେ ଲିଜଧାରିଙ୍କୁ ନୋଟିସ ପଠାଇଲେ ସେତେବେଳେ ଲିଜଧାରୀ ମାନ୍ୟବର ଅଦାଲତ ର ରହିତାଦେଶ ଆଣିବାକୁ ସୁଯୋଗ ପାଇଲେ । ଅର୍ଥାତ୍  ଆସନ୍ତା ୧୬.୧୧.୨୦୨୪ ତାରିଖ ରେ  ବ୍ରହ୍ମପୁର  ପୌର ଅତିଥି ଭବନର  ଲିଜ ଅବଧି  ପାଞ୍ଚ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । କର୍ତ୍ତୃପକ୍ଷ ଏବେ ଠାରୁ ସଂପୃକ୍ତ ବ୍ୟବସାୟୀକୁ ଅତିଥି ଭବନ ରୁ ହଟାଇବା ପାଇଁ ବିଧି ବ୍ୟବସ୍ଥାର ଅନୁସରଣ କରନ୍ତୁ  , ନଚେତ୍ ଭୂତ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା ନୀତିରେ ପୌର କର୍ତ୍ତୃପକ୍ଷ ଙ୍କର ଦୋ ମୁହାଁ  ନୀତି ପଦାରେ  ପଡ଼ିବ । ପ୍ରତିବର୍ଷ ଅକ୍ଟୋବର ୩୧ ଓ ନଭେମ୍ବର  ୧ ଦୁଇଦିନ ଧରି ପୌର କର୍ତ୍ତୃପକ୍ଷ ଗେଷ୍ଟ୍ ହାଉସ୍ ର ମୂଳ ଢାଞ୍ଚାର ସୁରକ୍ଷା ଓ ସମ୍ପତିର ଅନୁସନ୍ଧାନ କରିବା ବିଷୟ ଚୁକ୍ତି ପତ୍ର ରେ ଥିବା ସ୍ଥଳେ କେଉଁ  କାରଣ ଓ ଭୁଲ୍ ପାଇଁ ଅତିଥି ଭବନ ପରିସରରେ ମଦ ଦୋକାନ ପାଇଁ ଏକ କୋଠା ନିର୍ମାଣ ହେଲା , ଗେଷ୍ଟ ହାଉସ ଆଗରେ ଫାଷ୍ଟ ଫୁଡ୍ ଖୋଲିବା ଓ ଅତିଥି ଭବନ ନାମ ପରିବର୍ତ୍ତନ କରି ଗାୟତ୍ରୀ ଗେଷ୍ଟ ହାଉସ ନାମ ଦେବା କର୍ତ୍ତୃପକ୍ଷ ଜାଣି ପାରିଲେ ନାହିଁ ? ଏଣୁ ତୁରନ୍ତ ଚୁକ୍ତି ପତ୍ର ବାତିଲ କରି ଗେଷ୍ଟ ହାଉସ କୁ ନିଜ ଅଧିନକୁ ନେବାକୁ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡା ଦାବି କରିଛନ୍ତି ।

Post a Comment

Previous Post Next Post